ETV Bharat / international

କୋରୋନା ଉତ୍ପତ୍ତି ସ୍ଥଳ ଆୟତ୍ତ: ବିଶ୍ବ ଅଣାୟତ୍ତ

author img

By

Published : Mar 23, 2020, 8:23 PM IST

ବିଶ୍ବ ଏବେ କୋରୋନାର କରାଳ ଗ୍ରାସରେ ଏକ ପ୍ରକାର ଅଣାୟତ୍ତ, ଅଣନିଶ୍ବସୀ ହୋଇ ପଡିଛି । ସଦ୍ୟ ରିପୋର୍ଟ ଅନୁସାରେ ସୋମବାରକୁ ମିଶାଇ କ୍ରମାଗତ ପଞ୍ଚମ ଦିନ ଉହାନରେ କୋରୋନାର କୌଣସି ତାଜା ରିପୋର୍ଟ କିମ୍ବା ସନ୍ଦିଗ୍ଧ ରିପୋର୍ଟ ସାମ୍ନାକୁ ଆସିନାହିଁ । ଉହାନ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଉହାନ: ମାରାତ୍ମକ ମହାମାରୀ କୋରୋନାର ଏନ୍ତୁଡିଶାଳ ଚୀନର ହୁବେଇ ପ୍ରଦେଶ ଉହାନ । ଏଇଠି ଜୀବନଦାନ ପାଇ ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଛି କୋରନା ଭାଇରସ । ଏବେ କୋରୋନାର କୋପ ଚୀନରେ ସ୍ଥିର ପଡିଛି । ମାତ୍ର ବିଶ୍ବ ଏବେ କୋରୋନାର କରାଳ ଗ୍ରାସରେ ଏକ ପ୍ରକାର ଅଣାୟତ୍ତ, ଅଣନିଶ୍ବସୀ ହୋଇ ପଡିଛି । ସଦ୍ୟ ରିପୋର୍ଟ ଅନୁସାରେ ସୋମବାରକୁ ମିଶାଇ କ୍ରମାଗତ ପଞ୍ଚମ ଦିନ ଉହାନରେ କୋରୋନାର କୌଣସି ତାଜା ରିପୋର୍ଟ କିମ୍ବା ସନ୍ଦିଗ୍ଧ ରିପୋର୍ଟ ସାମ୍ନାକୁ ଆସିନାହିଁ । ଉହାନ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି ।

ଦିନ ଥିଲା ଉହାନର ପରିସ୍ଥିତିକୁ ନେଇ ଚୀନ ନାଚାର ଥିଲା । ପରିସ୍ଥିତି ସଙ୍କଟାପନ୍ନ ରହିଥିଲା । ଏପରିସ୍ଥଳେ ଦୁଇ ମାସ ପୂର୍ବେ ଉହାନକୁ ଏକ ପ୍ରକାର ଲକ୍‌ ଡାଉନ କରି ଦିଆଯାଇଥିଲା । ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନ୍ଏଚସି) ର ଜଣେ ଅଧିକାରୀ ମି ଫେଙ୍ଗଙ୍କ ସୂଚନା ପ୍ରଦାନ କରିଛନ୍ତି । ଫଳରେ ସଂକ୍ରମଣ ରିପୋର୍ଟ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ମାତ୍ର ଏବେ ରିପୋର୍ଟ ଶୂନ ରହିବା ଅର୍ଥ ବିପଦ ହଟି ନାହିଁ ବୋଲି ସେ କହିଛନ୍ତି ।

ବର୍ତ୍ତମାନ କୋରୋନା ବିସ୍ତାର ନେଇ ସମ୍ଭାବ୍ୟ ବିପଦ ରହିଛି ବୋଲି ସେ କହିଛନ୍ତି । ଏହାସହ ମହାମାରୀ ନିରାକରଣ ଏବଂ ନିୟନ୍ତ୍ରଣରେ ଆହୁରି କଠିନ ପରିଶ୍ରମ ବାକି ରହିଥିବା କଥା ସେ କହିଛନ୍ତି ।

ସୋମବାର ସୁଦ୍ଧା ଚୀନରେ 3,158 ମୃତ୍ୟୁ ରିପୋର୍ଟ ସହ 81,454 ଟି କୋରୋନା ସଂକ୍ରମଣ ରିପୋର୍ଟ ରହିଛି । ଚୀନ ବାହାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ହେଉଛି ଇଟାଲୀ, 5,476 ଜଣଙ୍କର ମୃତ୍ୟୁ ଏବଂ ମୋଟ 59,138 ସଂକ୍ରମଣ।

ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ବରେ ମୋଟ କୋରୋନା ସଂକ୍ରମଣ ରିପୋର୍ଟ, 345259 ରହିଛି । ମୃତ୍ୟୁ ସଂଖ୍ୟା 14923 ଓ କୋରୋନାରୁ ସୁସ୍ଥ ହୋଇ 99078 ଘରକୁ ଫେରିଛନ୍ତି ।

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.