ETV Bharat / international

Cigarette Ban: ନ୍ୟୁଜିଲାଣ୍ଡରେ ଆଗାମୀ ପିଢି ପାଇବେନି ସିଗାରେଟର ଚିହ୍ନବର୍ଣ୍ଣ

author img

By

Published : Dec 10, 2021, 10:47 PM IST

ନ୍ୟୁଜିଲାଣ୍ଡ ଦେଶର ଆଗାମୀ ଯୁବପିଢିଙ୍କ ପାଇଁ ସିଗାରେଟ ବିକ୍ରି ଉପରେ ଲଗାଯାଇଛି ରୋକ । ଫଳରେ ଦେଶର ଲିଭିବ କ୍ଷତିକାରକ ସିଗାରେଟର ଚିହ୍ନବର୍ଣ୍ଣ । ଅଧିକ ପଢନ୍ତୁ

Cigarette Ban: ନ୍ୟୁଜିଲାଣ୍ଡରେ ଆଗାମୀ ପିଢି ପାଇବେନି ସିଗାରେଟର ଚିହ୍ନବର୍ଣ୍ଣ
Cigarette Ban: ନ୍ୟୁଜିଲାଣ୍ଡରେ ଆଗାମୀ ପିଢି ପାଇବେନି ସିଗାରେଟର ଚିହ୍ନବର୍ଣ୍ଣ

ୱେଲିଙ୍ଗଟନ: ନ୍ୟୁଜିଲାଣ୍ଡରେ ଆଗାମୀ ପିଢି ପାଇ ପାରିବେନି ସିଗାରେଟର ଚିହ୍ନବର୍ଣ୍ଣ । କାରଣ ସିଗାରେଟ ବିକ୍ରି ଉପରେ ନ୍ୟୁଜିଲାଣ୍ଡ ସରକାର ଲଗାଇଛନ୍ତି ରୋକ । ଫଳରେ ୨୦୦୮ ପରେ ଦେଶରେ ଜନ୍ମ ନେଇଥିବା ଯୁବପିଢି ତାଙ୍କ ଜୀବନ କାଳ ମଧ୍ୟରେ ବଜାରରେ କୌଣସି ଗୋଟିଏ ବି ସିଗାରେଟ ବା ତମାଖୁ ଦ୍ରବ୍ୟ କିଣିପାରିବେ ନାହିଁ । ଆସନ୍ତା ବର୍ଷଠାରୁ ଦେଶରେ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଥିବା ବେଳେ ତମାଖୁ ଶିଳ୍ପ ପ୍ରତି ଏହା ଏକ ବଡ଼ କ୍ଷତି ସାବ୍ୟସ୍ତ ହୋଇଛି ।

ଯୁବପିଢିମାନେ ଧୂମ୍ରପାନ ନ କରିବା ପାଇଁ ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ଆଇଶା ଭେରାଲ ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ଧୂମ୍ରପାନକୁ ରୋକିବା ପାଇଁ ଗୁରୁବାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ସରକାର । ଏହି ନିଷ୍ପତ୍ତିକୁ ଦେଶର ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ବାଗତ କରିଛନ୍ତି । ଯୁବପିଢିଙ୍କୁ କ୍ଷତିକାରକ ପଦାର୍ଥ ଗ୍ରହଣରୁ ନିବୃତ୍ତ କରିବାରେ ଏହା ସହାୟକ ହେବ । ନିକୋଟିନ ଭଳି ନିଶା ପଦାର୍ଥରୁ ଯୁବପିଢି ଦୂରେଇ ରହିବେ ବୋଲି ଓଟାଗୋ ୟୁନିଭର୍ସିଟିର ପ୍ରଫେସର ଜନେତ ହୁକ୍‌ କହିଛନ୍ତି ।

ନ୍ୟୁଜିଲାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ମିଳିତ ପ୍ରତିକ୍ରିୟା ମିଳିଛି । ଏହି ନିଷ୍ପତ୍ତି ଲୋକଙ୍କୁ ନିଶା ଦ୍ରବ୍ୟଠାରୁ ଦୂରେଇ ରଖିବା ସହିତ ପଇସା ବଞ୍ଚାଇବ ବୋଲି କିଛି ବ୍ୟକ୍ତି କହିଛନ୍ତି । ଅନ୍ୟପଟେ କିଛି ଲୋକ କହିଛନ୍ତି ଯେ ଏହା ଦ୍ବାରା ଦେଶରେ ତମାଖୁ ଦ୍ରବ୍ୟର କଳା ବଜାର ବୃଦ୍ଧି ପାଇବ । ସୀମାବର୍ତ୍ତୀ ଅଞ୍ଚଳରେ ଏହି କଳା ବ୍ୟବସାୟ ପ୍ରତି ନଜର ରଖିବାକୁ କିଛି ନାଗରିକ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡରେ ୧୩ ପ୍ରତିଶତ ଲୋକ ଧୂମ୍ରପାନ କରୁଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ୨୦୨୫ ସୁଦ୍ଧା ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ପ୍ରତିଶତ ରହିବାକୁ ଥିବା ବେଳେ ଧୀରେ ଧୀରେ ଏହା ଶୂନ ପ୍ରତିଶତକୁ ହ୍ରାସ ପାଇବ । ସେପଟେ ନ୍ୟୁଜଲାଣ୍ଡ ସ୍ବାସ୍ଥ୍ୟ ବିଭାଗର କହିବାନୁସାରେ ଧୂମ୍ରପାନ କରୁଥିବା ୪ରୁ ଜଣେ ବ୍ୟକ୍ତି କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସିଗାରେଟ ବିକ୍ରି ନ ହେବା ଦ୍ବାରା ସିଗାରେଟ ବିକ୍ରି କରୁଥିବା ଦୋକାନ ସଂଖ୍ୟା ୮ ହଜାରରୁ ୫୦୦କୁ ହ୍ରାସ ପାଇବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.