ETV Bharat / international

ଚୀନରେ ନୂତନ ସ୍ବାଇନ ଫ୍ଲୁ ଚିହ୍ନଟ, ନେଇପାରେ ମହାମାରୀର ରୂପ - ଚୀନରେ ନୂତନ ସ୍ବାଇନ ଫ୍ଲୁ ଚିହ୍ନଟ

କୋରୋନା ମହାମାରୀ ସମୟରେ ଆଉ ଏକ ମହାମାରୀ ହୋଇପାରେ ସୃଷ୍ଟି । ଯାହା ମଣିଷକୁ ସଂକ୍ରମିତ କରିବାର ସମସ୍ତ କ୍ଷମତା ରଖୁଛି । ଅଧିକ ପଢନ୍ତୁ...

ଚୀନରେ ନୂତନ ସ୍ବାଇନ ଫ୍ଲୁ ଚିହ୍ନଟ, ନେଇପାରେ ମହାମାରୀର ରୂପ

author img

By

Published : Jun 30, 2020, 11:07 AM IST

ୱାଶିଂଟନ: କୋରୋନା ମହାମାରୀ କାଳରେ ଆଉ ଏକ ମହାମାରୀ ଧାରଣା କରିପାରିବେ । ଚୀନର ବୈଜ୍ଞାନିକମାନେ ଏକ ନୂତନ ସ୍ବାଇନ ଫ୍ଲୁ ଚିହ୍ନଟ କରିଛନ୍ତି । ଆମେରିକାର ବିଜ୍ଞାନ ପତ୍ରିକା PNAS ରେ ସୋମବାର ଦିନ ଏହି ଅଧ୍ୟୟନ ବିଷୟରେ ପ୍ରକାଶିତ ହୋଇଛି ।

ଏହାର ନାଁ G4, ଏହା ଜେନେଟିକ ଭାବରେ H1N1 ଷ୍ଟ୍ରେନ୍ରୁ ଆସିଛି । ଯାହା 2009 ରେ ମହାମାରୀ ସୃଷ୍ଟି କରିଥିଲା ।

ଚାଇନା ବିଶ୍ୱବିଦ୍ୟାଳୟ ଏବଂ ଚାଇନାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧକ ବୈଜ୍ଞାନିକ ତଥା ଲେଖକ କହିଛନ୍ତି, ଏହି ଭାଇରସ ମଣିଷକୁ ସଂକ୍ରମିତ କରିବା କ୍ଷମତା ରଖୁଛି । ଜଣଙ୍କ ଠାରୁ ଅନ୍ୟ ଜଣକୁ ସଂକ୍ରମିତ କରିପାରେ ।

2011 ରୁ 2018 ପର୍ଯ୍ୟନ୍ତ, ଗବେଷକମାନେ ଚାଇନାର 10 ଟି ପ୍ରଦେଶର ବଧଘର ଏବଂ ପ୍ରାଣୀ ଚିକିତ୍ସାଳୟରେ 30,000 ଘୁଷୁରିମାନଙ୍କଠାରୁ ନାସାଲ୍ ସ୍ବାବ ନେଇଥିଲେ ଏବଂ ସେଥିରୁ 179 ସ୍ୱାଇନ୍ ଫ୍ଲୁ ଭୂତାଣୁକୁ ଆଇସୋଲେଟ କରିଥିଲେ ।

ଅନୁସନ୍ଧାନକାରୀମାନେ ପରେ ଫେରେଟ୍ସ ସହିତ ବିଭିନ୍ନ ପରୀକ୍ଷଣ କରିଥିଲେ, ଯାହା ଫ୍ଲୁ ଅଧ୍ୟୟନରେ ବହୁଳ ଭାବରେ ବ୍ୟବହୃତ ହୁଏ । କାରଣ ସେମାନେ ମଣିଷ ସହିତ ସମାନ ଲକ୍ଷଣ ଅନୁଭବ କରନ୍ତି - ମୁଖ୍ୟତ ଜ୍ୱର, କାଶ ଏବଂ ଛିଙ୍କିବା ।

G4 ଅତ୍ୟଧିକ ସଂକ୍ରାମକ ଭାବରେ ଦେଖାଗଲା, ମାନବ କୋଷିକାରେ ପ୍ରାକୃତିକ କିମ୍ବା ଅନ୍ୟ ଭୂତାଣୁ ଅପେକ୍ଷା ଫେରେଟ୍ସ ଅଧିକ ଗୁରୁତର ଲକ୍ଷଣ ଦେଖାଗଲା ।

203 ଜଣଙ୍କ ଠାରେ ଏହି ଭୂତାଣୁର ପରୀକ୍ଷା କରାଯାଇଥିଲା ।ଏମାନଙ୍କ ମଧ୍ୟରୁ ପ୍ରାୟ 4.4 ପ୍ରତିଶତ G4 ସଂକ୍ରମଣ ଥିଲେ। ଏହି ଫ୍ଲୁ ସଂସ୍ପର୍ଶରେ ଆସିବା ଦ୍ୱାରା ମନୁଷ୍ୟର କୌଣସି ପ୍ରତିରୋଧକ ଶକ୍ତି G4 ରୁ ସୁରକ୍ଷା ଯୋଗାଇ ପାରିବ ନାହିଁ । ରକ୍ତ ପରୀକ୍ଷା ଅନୁଯାୟୀ, ଭୂତାଣୁ ସଂସ୍ପର୍ଶରେ ଆସି ଆଣ୍ଟିବଡି ଦେଖାଦେଇଛି, 10.4 ପ୍ରତିଶତ ଘୁଷୁରି କର୍ମଚାରୀ ସଂକ୍ରମିତ ହୋଇସାରିଛନ୍ତି। ଏମାନଙ୍କ

ଏହି ଭୂତାଣୁ ପ୍ରାଣୀମାନଙ୍କ ଠାରୁ ମଣିଷକୁ ଯାଇ ସାରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ ଯେ, ଏହା ମଣିଷଠାରୁ ମଣିଷକୁ ସଂକ୍ରମିତ କରିପାରେ । ଯାହା ଏବେ ବୈଜ୍ଞାନିକ ମୁଖ୍ୟ ଚିନ୍ତା ବଢାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.