ETV Bharat / international

ବିଶ୍ବରେ ପ୍ରଥମ, କୋରୋନା ପୁନଃସଂକ୍ରମଣରେ ନେଦରଲ୍ୟାଣ୍ଡରେ ଜଣେ ମୃତ - କୋରୋନା ମହାମାରୀ

ବିଶ୍ବରେ କୋରୋନା ପୁନଃସଂକ୍ରମଣରେ ପ୍ରଥମ ମୃତ୍ୟୁ ରେକର୍ଡ କରିଛି ନେଦରଲ୍ୟାଣ୍ଡ୍ । ଦ୍ବିତୀୟ ଥର ସଂକ୍ରମଣରେ ଜଣେ 89 ବର୍ଷୀୟ ଡଚ୍ ମହିଳା ପ୍ରାଣ ହରାଇଛନ୍ତି ।

ବିଶ୍ବରେ ପ୍ରଥମ, କୋରୋନା ପୁନଃ ସଂକ୍ରମଣରେ ନେଦରଲ୍ୟାଣ୍ଡରେ ଜଣେ ମୃତ

author img

By

Published : Oct 14, 2020, 8:58 PM IST

ଆମଷ୍ଟରଡାମ୍: ବଢୁଛି କୋରୋନା କୋପ । ସଂକ୍ରମଣରୁ ନିସ୍ତାର ମିଳୁନି । ହନ୍ତସନ୍ତ ହେଉଛନ୍ତି ବିଶ୍ବବାସୀ । ତେବେ ବଢୁଥିବା ସଂକ୍ରମଣରେ ଏକ ଖରାପ ଖବର ଆସିଛି । ଯେଉଁଥିରେ ପ୍ରଥମ ଥର ପାଇଁ ବିଶ୍ବରେ କୋରୋନା ପୁନଃସଂକ୍ରମଣରେ ମୃତ୍ୟୁ ରେକର୍ଡ କରିଛି ନେଦରଲ୍ୟାଣ୍ଡ୍ ।

ନେଦରଲ୍ୟାଣ୍ଡର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ପବ୍ଲିକ୍ ହେଲଥ୍ ଆଣ୍ଡ ପରିବେଶ ଅନୁଯାୟୀ, ଜଣେ 89 ବର୍ଷୀୟ ଡଚ୍ ମହିଳା ଦ୍ବିତୀୟ ଥର କୋରୋନା ସଂକ୍ରମଣ ପରେ ପ୍ରାଣ ହରାଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ବୋନ୍ ମ୍ୟାରୋ କର୍କଟରେ ପୀଡିତ ମଧ୍ୟ ଅସୁସ୍ଥ ଥିଲେ ।

ବିଶ୍ବରେ କୋରୋନାଭାଇରସ୍ ପୁନଃସଂକ୍ରମଣ କେବଳ ମୃତ ଡଚ୍ ମହିଳାଙ୍କ ପାଖରେ ଲକ୍ଷ୍ୟ କରାଯାଇ ନାହିଁ । ଏହା ବ୍ୟତୀତ ଆମେରିକା, ହଂକଂ, ବେଲଜିୟମ ଏବଂ ଇକ୍ୟୁଏଡରର SARS-CoV-2 ପୁନ୍ଃସଂକ୍ରମଣ ଘଟଣାର ଖବର ମଧ୍ୟ ସାମ୍ନାକୁ ଆସିଛି । ଯୁକ୍ତରାଷ୍ଟ୍ରରେ, ରେନୋ (25) ବୟସ୍କା ସାମାନ୍ୟ ଲକ୍ଷଣ ଦେଖାଇବା ପରେ ଏପ୍ରିଲରେ ଏହି କୋରୋନା ସଂକ୍ରମିତ ହୋଇଥିଲେ । ଏବଂ ମେ ମାସ ଶେଷରେ ପୁଣି ଥରେ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ।

ନେଦରଲ୍ୟାଣ୍ଡର ମ୍ୟୁନିସିପାଲିଟି ଜନସ୍ବାସ୍ଥ୍ୟ ସେବା ମଙ୍ଗଳବାର ରିପୋର୍ଟ କରିଛି ଯେ, ଗତ ସପ୍ତାହରେ 43,903 ଜଣ ଲୋକ କୋଭିଡ୍ 19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । ଯାହା ପୂର୍ବ ସପ୍ତାହ ତୁଳନାରେ 16,000 ରୁ ଅଧିକ ଏବଂ 60% ବୃଦ୍ଧି ହୋଇଛି । ଗତ ସପ୍ତାହରେ ପ୍ରାୟ 150 କୋଭିଡ୍ ମୃତ୍ୟୁ ମଧ୍ୟ ରିପୋର୍ଟ ହୋଇଥିଲା ଯେଉଁଥିରେ ମୃତ ରୋଗୀଙ୍କ ବୟସ 35 ବର୍ଷରୁ ଅଧିକ ଥିଲା । ଅନ୍ୟପକ୍ଷରେ, ବୁଧବାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଦର୍ଶାଇଛି ଯେ ସମଗ୍ର ବିଶ୍ବରେ 10,87,470 ମୃତ୍ୟୁ ସହ ସମୁଦାୟ 3,82,07,395 କୋରୋନା ଭାଇରସ୍ ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.