ETV Bharat / international

କମିବ ଏଭରେଷ୍ଟ ଆରୋହୀଙ୍କ ସଂଖ୍ୟା

ଏଭରେଷ୍ଟ ଆରୋହୀଙ୍କ ସଂଖ୍ୟା କମ କରିବାକୁ ନିଷ୍ପତ୍ତି ନେଉଛନ୍ତି ନେପାଳ ସରକାର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 6, 2019, 2:34 PM IST

କାଠମାଣ୍ଡୁ: ଲଗାତାର ଏଭରେଷ୍ଟ ଆରୋହୀଙ୍କ ମୃତ୍ୟୁ ଘଟିଚାଲିଛି । ଯାହାକୁ ନେଇ ନେପାଳ ସରକାରଙ୍କ ଚିନ୍ତା ବଢିଯାଇଛି । ତେବେ ନେପାଳ ପର୍ବତାରୋହୀଙ୍କ ସଂଖ୍ୟାକୁ କମ କରିବା ପାଇଁ ଚାହୁଁଛନ୍ତି ସରକାର। ପର୍ବାତାରୋହଣ କ୍ଷେତ୍ରର ବିଶେଷଜ୍ଞଙ୍କ ମତ ଯେ, ଏହାର ସଂଖ୍ୟା କମ କରିଲେ ମଧ୍ୟ କୌଣସି ଫରକ ପଡିବନି । ତେବେ ଚଳିତ ବର୍ଷ ପର୍ବାତାରୋହଣ ସମୟରେ 11 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ତେବେ ଏଥିମଧ୍ୟରୁ 4 ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପର୍ବତାରୋହୀ ଅନଭିଜ୍ଞ ଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କାଠମାଣ୍ଡୁରୁ ଫେରିବା ପରେ ଚିଲିର ପର୍ବତାରୋହୀ ଜୁଆନ ପାଓ୍ବଲୋ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ, ଯେଉଁ ଲୋକଙ୍କର ଏଭରେଷ୍ଟ ଚଢିବାର କୌଣସି ଜ୍ଞାନ ନାହିଁ, ସେମାନେ କେବେବି କୌଣସି ପାହାଡ ଚଢିନାହାନ୍ତି ସେହିମାନେ ଆସୁଛନ୍ତି ଏଊଭରେଷ୍ଟ ଚଢିବାପାଇଁ । ଯାହାଫଳରେ ଏଭଳି ଘଟଣା ଘଟୁଛି ।

ପ୍ରତିବର୍ଷ ଏଭରେଷ୍ଟରେ ଚଢିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତି 11 ହଜାର ଡଲାର ଦେବାକୁ ରାଜିହେଉଛନ୍ତି ଯେଉଁଥିପାଇଁ ସେମାନଙ୍କୁ ଚଢିବା ପାଇଁ ପରମିଟ ମିଳିଯାଉଛି । ନେପାଳର ପର୍ଯ୍ୟଟନ ମନ୍ତ୍ରାଳୟର ସଚିବ ମୋହନ କୃଷ୍ଣ ସପକୋଟା ସୂଚନା ଦେଇଛନ୍ତିଯେ, ଆମେ ପର୍ବତାରୋହୀଙ୍କ ସଂଖ୍ୟା କମ କରିବା ସହ ଆରୋହଣ କରିବା ରାସ୍ତାରେ ଅଦିକରୁ ଅଧିକ ରସି ଲଗାଇବା ସହ ଉପରକୁ ଅକ୍ସିଜେନ ନେଇକି ଯିବା ଓ ଗାଇଡ ଉପରେ ଧ୍ୟାନ ଦେଉଛୁ । ଯାହାଦ୍ବାରା ମୃତ୍ୟୁ ସଂଖ୍ୟା କମ ହୋଇପାରିବ ।

Intro:Body:

erterte

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.