ETV Bharat / international

ସିରିଜ୍‌ ଭୂକମ୍ପରେ ଥରିଲା ନେପାଳ - kathamandu

ବୁଧବାର ସକାଳେ ପଡୋଶୀ ନେପାଳରେ ସିରିଜ୍‌ ଭୂକମ୍ପ ଅନୁଭୂତ ହୋଇଯାଇଛି । ଏହାର ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।

ଡିଜାଇନ ଫଟୋ
author img

By

Published : Apr 24, 2019, 11:51 AM IST

କାଠମାଣ୍ଡୁ: ସିରିଜ୍‌ ଭୂକମ୍ପରେ ଥରିଉଠିଛି ପଡୋଶୀ ନେପାଳ । ବୁଧବାର ସକାଳେ ଏହି ହିମାଳୟ ପାଦଦେଶସ୍ଥ ଦେଶର ପୃଥକ ପୃଥକ ସ୍ଥାନରେ ଲଗାତାର ଭାବେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ।

ଆଜି ସକାଳ 6ଟା 14 ମିନିଟରେ ରାଜଧାନୀ କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତ୍ରୀବତା 4.8 ରହିଛି । ଅନ୍ୟପଟେ ଦେଶର ଧାଡିଙ୍ଗ୍‌ ଜିଲ୍ଲାରେ ନାଉବିସ୍‌ ଠାରେ ସକାଳ 6ଟା 29ମିନିଟ ଏବଂ 6ଟା 40 ମିନିଟରେ ଲଗାତାର ଭାବେ ଦୁଇ ଥର ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।

ରିକ୍ଟର ସ୍କେଲର ଏହାର ତୀବ୍ରତା ଯଥାକ୍ରମେ 5.2 ଏବଂ 4.3 ରହିଛି । ଭୂମିକମ୍ପ ଅନୁଭୂତ ହେବା ସମ୍ପର୍କରେ ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଗତ କିଛି ବର୍ଷ ଧରି ନେପାଳରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି । ଗତ 2015 ଏପ୍ରିଲ ମାସରେ ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପରେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା ନେପାଳ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.