କାଠମାଣ୍ଡୁ: ନେପାଳରେ କୋରୋନା ଭୂତାଣୁର ଅଧିକ ପ୍ରଭାବ ଦେଖିବାକୁ ମିଳିନାହିଁ । ବହୁ ବିଳମ୍ବରେ ଏଠାରେ ପ୍ରଥମ କୋରୋନା ପଜିଟିଭ ବାହାରିଥିଲା । ଏପର୍ଯ୍ୟନ୍ତ ଦେଶରେ ମୋଟ 9ଟି ମାମଲା ସାମନାକୁ ଆସିଛି ।
ବିଶେଷ କରି ରବିବାର ଅଧିକ ଆକ୍ରାନ୍ତଙ୍କ ରିପୋର୍ଟ ଆସିଥିବାବେଳେ ଏପ୍ରିଲ 1 ପରଠାରୁ ଏହି ସଂଖ୍ୟା ବଢିଛି । ଏପର୍ଯ୍ୟନ୍ତ ଏହି ମହାମାରୀରେ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ । 9 ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି । ପ୍ରଥମ ଆକ୍ରାନ୍ତ ବାହାରିବା ପରେ ଦେଶରେ ଲକଡାଉନ ଘୋଷଣା ହୋଇଛି ।
ତେବେ ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ନେପାଳ ସରକାର ଏହି ଲକଡାଉନକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହା 7 ଏପ୍ରିଲ ଅର୍ଥାତ ଆସନ୍ତା ମଙ୍ଗଳବାର ଯାଏଁ ଲାଗୁ ହୋଇଥିଲା । ହେଲେ ବର୍ତ୍ତମାନ ଏହାକୁ 8 ଦିନ ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ଏପ୍ରିଲ 15 ଯାଏଁ ନେପାଳରେ ଲକଡାଉନ କଟକଣା ଲାଗୁ ରହିବ ।
ସୌଜନ୍ୟ@ANI