ETV Bharat / international

ଶ୍ରୀଲଙ୍କା ହେବନି ଲକଡାଇନ, ଲାଗିବନି କର୍ଫ୍ୟୁ: ପ୍ରଧାନମନ୍ତ୍ରୀ

author img

By

Published : Jul 17, 2020, 11:03 PM IST

ଦେଶର ଏକ ପୁନର୍ବାସ କେନ୍ଦ୍ର(ରିହାବିଲିଟେସନ ସେଣ୍ଟର)ରେ ନୂଆ ମାମଲା ଚିହ୍ନଟ ହେବା ସହ ଏହାକୁ ନୂଆ କ୍ଲଷ୍ଟର ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ହେଲେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ନାଗରିକଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ।

corona situation in srilanka, corona update in srilanka, corona fight in srilanka, srilanka pm mahinda rajapaksa, ଶ୍ରୀଲଙ୍କାରେ କୋରୋନା ସ୍ଥିତି, ଶ୍ରୀଲଙ୍କାରେ କୋରୋନା ଅପଡେଟ, ଶ୍ରୀଲଙ୍କାରେ କୋରୋନା ନିୟନ୍ତ୍ରଣ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରଜପକ୍ଷ
ଶ୍ରୀଲଙ୍କାରେ ନା ହେବ ଲକଡାଇନ, ନା ଲାଗିବ କର୍ଫ୍ୟୁ: ମହିନ୍ଦା ରାଜପକ୍ଷ

କଲମ୍ବୋ: କିଛି ଦିନର ବିରତି ପରେ ଶ୍ରୀଲଙ୍କାରେ ପୁଣି ଚିହ୍ନଟ ହୋଇଛି କୋରୋନା ମାମଲା । ଦେଶର ଏକ ପୁନର୍ବାସ କେନ୍ଦ୍ର(ରିହାବିଲିଟେସନ ସେଣ୍ଟର)ରେ ନୂଆ ମାମଲା ଚିହ୍ନଟ ହେବା ସହ ଏହାକୁ ନୂଆ କ୍ଲଷ୍ଟର ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ହେଲେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ନାଗରିକଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି କି ଦେଶରେ ଏନେଇ ଲକଡାଉନ କିମ୍ବା କର୍ଫ୍ୟୁ ଲାଗିବ ନାହିଁ ।

ରାଜପକ୍ଷେଙ୍କ କହିବା ଅନୁଯାୟୀ ଦେଶରେ ସଦ୍ୟ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବର୍ତ୍ତମାନ ସାଧାରଣ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିପାରିବେ ନାହିଁ । କାଣ୍ଡାକାଡୁ ଡ୍ରଗ ରିହାବିଲିଟେସନ ସେଣ୍ଟରର କିଛି କାର୍ଯ୍ୟକର୍ତ୍ତା ଦେଶର କ୍ବାରେଣ୍ଟାଇନ କ୍ୟାମ୍ପରେ କାର୍ଯ୍ୟରତ ଥିଲେ । ସେମାନେ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ସଂସସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ସଦ୍ୟ ଚିହ୍ନଟ ମାମଲା ଗୁଡିକ କେବଳ ଏହି ଗୋଟିଏ ସ୍ଥାନରୁ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ପୁନର୍ବାସ କେନ୍ଦ୍ରର ଅନ୍ତେବାସୀ କିମ୍ବା କାର୍ଯ୍ୟକର୍ତ୍ତା ହୋଇଥିବା ଜଣା ପଡିଛି ।

ତେଣୁ ଏହା ଦେଶରେ କୋରୋନାର ଦ୍ବିତୀୟ ଲହରୀ ନୁହେଁ ବୋଲି ରାଜପକ୍ଷ ଜନସାଧାରଣଙ୍କୁ ସ୍ପଷ୍ଟ କରିବା ସହ ଏଥିରେ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଥିଲେ । ସେପଟେ ଏହି ସଂକ୍ରମିତମାନଙ୍କର ଚିକିତ୍ସା ସମେତ ଦେଶର ଅନ୍ୟ

ନାଗରିକଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ଏନେଇ ସେନା କମାଣ୍ଡର ତଥା ନ୍ୟାସନାଲ ଅପରେସନ ସେଣ୍ଟର ଫର ପ୍ରିଭେନ୍ସନ ଅଫ କୋଭିଡ-19ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ସାଭେନ୍ଦ୍ର ସିଲ୍‌ଭାଙ୍କ କହିବା ଅନୁଯାୟୀ ସଦ୍ ଚିହ୍ନଟ ମାମଲା ପରେ 4000 ପିସିଆର ଟେଷ୍ଟିଂ କରାଯାଇଛି । ଯେଉଁଥିରେ ସ୍ପଷ୍ଟ ହୋଇଛି କି ସ୍ଥାନୀୟ ସଂକ୍ରମଣ ହୋଇନାହିଁ ।

ସେପଟେ ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 2680ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ 490 ଜଣ ଆକ୍ରାନ୍ତ ରିହାବିଲିଟେସନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 2007 ଜଣ ବର୍ତ୍ତମାନ ସୁସ୍ଥ ହୋଇସାରିଥିବା ବେଳେ 11 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.