ETV Bharat / international

ମିଆଁମାରରେ ଫେବୃଆରୀ 7 ଯାଏଁ ଫେସବୁକ ବନ୍ଦ

author img

By

Published : Feb 4, 2021, 11:04 AM IST

ମିଆଁମାରରେ ଫେବୃଆରୀ 7 ଯାଏଁ ଫେସବୁକକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ମିଆଁମାର
ମିଆଁମାର

ନୈପିଦା: ମିଆଁମାରରେ ସାମରିକ ଶାସନ ପରେ ଏଠାରେ ଫେବୃଆରୀ 7 ଯାଏଁ ଫେସବୁକକୁ ବନ୍ଦ କରାଯାଇଛି । ଫେସବୁକ ସମେତ ଅନ୍ୟ ମେସେଜିଂ ଆପ୍ଲିକେସନକୁ ବନ୍ଦ କରାଯାଇଥିବା ଜଣାପଡିଛି ।

ବୁଧବାର ମିଆଁମାରର ପରିବହନ ଓ କମ୍ୟୁନିକେସନ ମନ୍ତ୍ରଣାଳୟ ଏସବୁକୁ ବନ୍ଦ କରିଛି । ଫେସବୁକ ଦ୍ବାରା ଫେକ ନ୍ୟୁଜ ପ୍ରଘଟ ହେଉଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିବା ଦର୍ଶାଯାଇଛି । ଏହା ଫଳରେ ଲୋକେ ଭ୍ରମିତ ହେଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମିଆଁମାରରେ ପାଖାପାଖି 53 ମିଲିୟନ ଲୋକ ଫେସବୁକ ସହିତ ଜଡିତ ଅଛନ୍ତି । କିଛି ଦିନ ହେବ ମିଆଁମାରରେ ସାମରିକ ଶାସନ ଲାଗୁ ହେବା ପରେ ଏହାକୁ ବନ୍ଦ କରାଯାଇଛି । ଫେସବୁକରେ ସରକାର ବିରୋଧୀ ବିଭିନ୍ନ ପୋଷ୍ଟ ହେଉଥିବାରୁ ସରକାର ହେବାକୁ ବନ୍ଦ କରିଛନ୍ତି ।

ସୂଚନା ଥାଉକି, ସାମରିକ ଶାସନ ପରେ ରାଷ୍ଟ୍ରପତି ୱିନ ମାଇଣ୍ଟ ଓ ପ୍ରଧାନମନ୍ତ୍ରୀ ଅଙ୍ଗ ସାନ ସୁ କିଙ୍କୁ ଗିରଫ କରାଯାଇଛି । ଶତାଧିକ ରାଷ୍ଟ୍ରନେତାଙ୍କୁ ରାଜଧାନୀ ନେପିତ୍ବରେ ବନ୍ଦି କରି ରଖାଯାଇଛି । ନିର୍ବାଚନ ପରେ ପ୍ରଥମ ଥର ସଂସଦ ବସିବାକୁ ଥିବା ବେଳେ ମିଆଁମାର ସେନା ଏଭଳି ପଦକ୍ଷେପ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.