ETV Bharat / international

ଲକଡାଉନ ପରେ ଚୀନରେ ଖୋଲିଲା ମ୍ୟାରିଅଟର ସମସ୍ତ ଆଉଟଲେଟ

author img

By

Published : Jun 2, 2020, 7:55 PM IST

କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ପରେ ଚୀନରେ ସ୍ବାଭାବିକ ହଇଛି ହୋଟେଲ ବ୍ୟବସାୟ । ଏନେଇ ମଙ୍ଗଳବାର ମ୍ୟାରିଅଟ ଇଣ୍ଟରନ୍ୟାସନାଲ ଦେଶରେ ନିଜର ଆମେରିକାନ ହୋଟେଲ ଚେନ ଖୋଲିବା ନେଇ ସ୍ପଷ୍ଟ କରିଛି । ଅଧିକ ପଢ଼ନ୍ତୁ...

marriott reopens all otlets in china, marriott, corona situation in china, lockdown in china, business normalizes in china, ଚାନରେ ଖୋଲିଲା ମ୍ୟାରିଅଟର ଆଉଟଲେଟ, ମ୍ୟାରିଅଟ, ଚୀନରେ କୋରୋନା ସ୍ଥିତି, ଚୀନରେ ଲକଡାଉନ, ଚୀନରେ ସ୍ବାଭାବିକ ବ୍ୟବସାୟ
ଲକଡାଉନ ପରେ ଚୀନରେ ଖୋଲିଲା ମ୍ୟାରିଅଟର ସମସ୍ତ ଆଉଟଲେଟ

ବେଜିଂ: କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ପରେ ଚୀନରେ ସ୍ବାଭାବିକ ହଇଛି ହୋଟେଲ ବ୍ୟବସାୟ । ଏନେଇ ମଙ୍ଗଳବାର ମ୍ୟାରିଅଟ ଇଣ୍ଟରନ୍ୟାସନାଲ ଦେଶରେ ନିଜର ଆମେରିକାନ ହୋଟେଲ ଚେନ ଖୋଲିବା ନେଇ ସ୍ପଷ୍ଟ କରିଛି । ସେପଟେ କୋରୋନା ଆତଙ୍କ ସମୟରେ ବି ବ୍ୟବସାୟଗତ ଯାତାୟତରେ ଏହି କମ୍ପାନୀ ସୁଧାର ଆସିଥିବା ପରିଲକ୍ଷିତ କରିଛି । ବିଶ୍ବର ତୃତୀୟ ସର୍ବବୃହତ ହୋଟେଲ ଚେନ ଥିବା ମ୍ୟାରିଅଟର ଚାନରେ 350 ଆଉଟଲେଟ ରହିଛି ।

ଗତ ସପ୍ତାହ ମ୍ୟାରିଅଟ କମ୍ପାନୀ ଏକ ବିସ୍ଫୋରକ ବୟାନ ଦେଇ କହିଥିଲା କି 9/11ର ଆକ୍ରମଣ ଓ 2008 ମସିହାର ଆର୍ଥିକ ସଙ୍କଟଠାରୁ ମଧ୍ୟ ଅଧିକ କ୍ଷତି ଏହି କୋରୋନା ଲକଡାଉନରେ ହୋଇଛି । ଏହି ସମୟରେ ବୃତ୍ତି ହାର 40 ପ୍ରତିଶତ ରହିଥିବା ନେଇ ମଧ୍ୟ କମ୍ପାନୀ କହିଛି । ଏଥିସହ ଦେଶରେ ପୂର୍ବ ପରି ବ୍ୟବସାୟିକ ଉଡାଣ ଆରମ୍ଭ ହୋଇଛି । ଯାହା ଅର୍ଥନୀତିକୁ ପୁଣି ସଶକ୍ତ କରିବା ନେଇ ଆଶା ସଞ୍ଚାର କରିଛି ।

ଏହି ହୋଟେଲ ଗ୍ରୁପ ଅଧିକୃତ 30ଟି ବ୍ରାଣ୍ଡ ଯଥା ରିଟଜ-କାର୍ଲଟନ, ସେଣ୍ଟ ରେଗିସ ଓ ସେରାଟନ ଆଦି କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି । ଏଥିସହ ଅକ୍ଟୋବର ମାସରୁ ସାପ୍ତାହିକ କାର୍ଯ୍ୟ ଦିବସର ସଂଖ୍ୟା କମାଇବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ତେବେ ମ୍ୟାରିଅଟର ଆକଳନ ମୁତାବକ 2021 ସୁଦ୍ଧା ବ୍ୟବସାୟ ସ୍ବାଭାବିକ ସ୍ଥିତିରେ ପହଞ୍ଚିପାରେ । ଏଥିପାଇଁ ଆବଶ୍ୟକସ୍ଥଳେ ପରିବର୍ତ୍ତରନ କରିବା ପାଇଁ କମ୍ପାନୀ ପ୍ରସ୍ତୁତ ଥିବା ଦର୍ଶାଇଛି ।

ତେଣେ ମ୍ୟାରିଅଟର ପ୍ରତିଦ୍ବନ୍ଦୀ ହିଲଟନ ଦେଶରେ ଥିବା ନିଜର 255ଟି ହୋଟେଲକୁ ଦୁଇ ସପ୍ତାହ ତଳେ ଖୋଲିବାର ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ 84,154 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 4638ରେ ସ୍ଥିର ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.