ETV Bharat / international

ଲକଡାଉନ ଉଲ୍ଲଙ୍ଘନକାରୀଙ୍କୁ ମିଳୁଛି କଠୋର ଦଣ୍ଡ, ଓକିଲଙ୍କ ଆପତ୍ତି

ସରକାରଙ୍କ ନିୟମାନୁସାରେ ଉଲ୍ଲଙ୍ଘନକାରୀଙ୍କୁ ଜୋରିମାନା ଅବା 6 ମାସ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଏବେ ଯାଏଁ ପ୍ରାୟ 21 ହଜାରରୁ ଅଧିକ ଲୋକଙ୍କୁ ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 29, 2020, 8:26 PM IST

ଲକଡାଉନ ଉଲ୍ଲଙ୍ଘନକାରୀଙ୍କୁ ମିଳୁଛି କଠୋର ଦଣ୍ଡ, ଓକିଲଙ୍କ ଆପତ୍ତି
ଲକଡାଉନ ଉଲ୍ଲଙ୍ଘନକାରୀଙ୍କୁ ମିଳୁଛି କଠୋର ଦଣ୍ଡ, ଓକିଲଙ୍କ ଆପତ୍ତି

କୁଆଲାଲମପୁର: ମାଲେସିଆରେ କୋରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣାଧୀନ ରହିଛି । ତଥାପି ସରକାର କୌଣସି ପ୍ରକାର ଢିଲାପଣ ଦେଖାଇନାହାନ୍ତି । ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି । ଏହାର ଉଲ୍ଲଙ୍ଘନକାରୀଙ୍କୁ ମିଳୁଛି କଠୋର ଦଣ୍ଡ ।

ସରକାରଙ୍କ ନିୟମାନୁସାରେ ଉଲ୍ଲଙ୍ଘନକାରୀଙ୍କୁ ଜୋରିମାନା ଅବା 6 ମାସ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ମାର୍ଚ୍ଚ 8ରୁ ଲାଗୁ ହୋଇଥିବା ଏହି ଲକଡାଉନରେ ଏବେ ଯାଏଁ ପ୍ରାୟ 21 ହଜାରରୁ ଅଧିକ ଲୋକଙ୍କୁ ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ କରାଯାଇଛି । ତେବେ ଏହାକୁ ବିରୋଧ କରିଛନ୍ତି ଦେଶର ବାର କାଉନସିଲ । ପ୍ରାୟ 15 ହଜାର ଓକିଲ ଏହି ନିୟମ ବିରୋଧରେ କୋର୍ଟର ଦ୍ବାରସ୍ତ ହୋଇଛନ୍ତି ।

ସେମାନେ କହିଛନ୍ତି ଯେ ଉଲ୍ଲଙ୍ଘନକାରୀ କୌଣସି ହିଂସାତ୍ମକ କାଣ୍ଡରେ ସମ୍ପୃକ୍ତି ନାହାନ୍ତି । ଏମାନଙ୍କୁ କେବଳ ଜୋରିମାନା ଦେଇ ଛାଡିଦେବାକୁ ସେମାନେ ଦାବି କରିଛନ୍ତି । କାରଣ ଅତ୍ୟଧିକ ଗିରଫଦାରୀ ଯୋଗୁଁ କୋର୍ଟରେ ମାମଲା ଚାଲିବ । ଫଳରେ ଏଠାରେ କୋରୋନା ସଂକ୍ରମଣର ଅଧିକ ଡର ରହିଛି । ଏପରିକି ଜେଲରେ କଏଦୀ ସଂଖ୍ୟା ବଢିବା ମଧ୍ୟ ବିପଦପୂର୍ଣ୍ଣ ବୋଲି ବାର ସଭାପତି ସଲିମ ବସିର କହିଛନ୍ତି ।

ସେହିପରି ମାନବାଧିକାର ସଙ୍ଗଠନ ମଧ୍ୟ ଏହି କୋରୋନା ବ୍ୟାପିବା ଭୟରେ ଦଣ୍ଡ କୋହଳ କରିବାକୁ ଅନୁରୋଧ କରିଛନ୍ତି । କେବଳ ଜୋରିମାନା ନେଇ ଉଲ୍ଲଙ୍ଘନକାରୀଙ୍କୁ ଛାଡିଦେବା ଠିକ ହେବ ବୋଲି ହ୍ୟୁମାନ ରାଇଟ୍ସ ୱାଚ କହିଛି । ନିକଟରେ ଜଣେ ବିଶ୍ବବିଦ୍ୟାଳୟ ଛାତ୍ରୀ ନିଜ ବୟଫ୍ରେଣ୍ଡ ପାଇଁ କେକ ନେଇଯାଉଥିବାରୁ 5 ମାସ ଜେଲ ଓ 1000 ଡଲାର ଜୋରିମାନା ଦେଇଛନ୍ତି । ଏପରି ଛୋଟ ଘଟଣାରେ ଏତେ ବଡ ଜେଲଦଣ୍ଡକୁ ବିରୋଧ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏବେ ସୁଦ୍ଧା ମାଲସିଆରେ 5851 ଜଣ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 100 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.