ETV Bharat / international

ଚୀନକୁ ବଡ ସଫଳତା, ଶନିବାର ଗୋଟିଏ ବି କୋରୋନା ନୂଆ ମାମଲା ଆସିନି - ଚୀନରେ ପ୍ରଥମ ଥର ପାଇଁ ଗୋଟିଏ ବି କୋରୋନାର ନୂଆ ମାମଲା ଆସିନାହିଁ

ଶନିବାର ପ୍ରଥମ ଥର ପାଇଁ ଚୀନରେ ଗୋଟିଏ ବି କୋରୋନା ଆକ୍ରାନ୍ତ ମାମଲା ସାମନାକୁ ଆସିନାହିଁ । ଜାନୁଆରୀ ମାସରୁ ପ୍ରତ୍ୟେକ ଦିନ କୋରୋନା ମାମଲା ସାମନାକୁ ଆସୁଥିବା ବେଳେ ଏହା ପ୍ରଥମ ଥର ପାଇଁ ହୋଇଥିବା ଜଣାପଡିଛି ।

ଚୀନକୁ ବଡ ସଫଳତା, ଶନିବାର ଗୋଟିଏ ବି କୋରୋନାର ନୂଆ ମାମଲା ଆସିନି

author img

By

Published : May 23, 2020, 12:12 PM IST

ବେଜିଂ: ଶନିବାର ପ୍ରଥମ ଥର ପାଇଁ ଚୀନରେ ଗୋଟିଏ ବି କୋରୋନା ଆକ୍ରାନ୍ତ ମାମଲା ସାମନାକୁ ଆସିନାହିଁ । ଜାନୁଆରୀ ମାସରୁ ପ୍ରତ୍ୟେକ ଦିନ କୋରୋନା ମାମଲା ସାମନାକୁ ଆସୁଥିବା ବେଳେ ଏହା ପ୍ରଥମ ଥର ପାଇଁ ହୋଇଥିବା ଜଣାପଡିଛି । ତେବେ ଜାନୁଆରୀରେ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଭାଇରସ ମୁକାବିଲାରେ “ପ୍ରମୁଖ ସଫଳତା” ପାଳନ କରିବାର ଦିନକ ପରେ ଏହା ହୋଇଥିବା ରିପୋର୍ଟ ରହିଛି ।

ଗତ ବର୍ଷ ଶେଷରେ ଚୀନର କେନ୍ଦ୍ରୀୟ ସହର ଉହାନରେ ଏହି ଭୂତାଣୁ ପ୍ରଥମେ ବାହାରିଥିଲା । କିନ୍ତୁ ଫେବୃଆରୀ ମଧ୍ୟ ଭାଗରେ ଏହା ଆଶ୍ଚର୍ଯ୍ୟଜନକ ଭାବରେ ହ୍ରାସ ପାଇଥିଲା । କାରଣ ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଦେଶ ସଫଳ ହୋଇଥିଲା ।

ଏଠାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,634 ରହିଛି । ଯେତେବେଳେ କି ଅନ୍ୟ ଦେଶ ଅପେକ୍ଷା ଏହା ଅପେକ୍ଷାକୃତ କମ । ତେବେ ଏନେଇ ଆରମ୍ଭରୁ ଚୀନର ବିଶ୍ବସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ଆମେରିକା । ବେଜିଂ ଅନ୍ତର୍ଜାତୀୟ ସମୁଦାୟ ସହ କେତେ ତଥ୍ୟ ବାଣ୍ଟିଛି ବୋଲି ପ୍ରଶ୍ନ କରିଛି ଆମେରିକା ।

ଗତ ବର୍ଷ ଶେଷରେ ପ୍ରଥମେ ଭାଇରସ୍ ବିଷୟରେ ଚେତାବନୀ ଦେଇଥିବା ଡାକ୍ତରମାନଙ୍କୁ ଭର୍ତ୍ସନା କରିବା ଏବଂ ଚୁପ୍ କରିବା ପାଇଁ ୱୁହାନର ଅଧିକାରୀମାନେ ନିଆଁକୁ ଆୟତ୍ତ କରିଥିଲେ ଏବଂ ଗଣନା ପ୍ରଣାଳୀରେ ବାରମ୍ବାର ପରିବର୍ତ୍ତନ ଚୀନ୍‌ର ସରକାରୀ ତଥ୍ୟ ଉପରେ ଅଧିକ ସନ୍ଦେହ ସୃଷ୍ଟି କରିଛି। ଗତବର୍ଷ ଏହି ଭାଇରସ ସମ୍ବନ୍ଧରେ ଚୀନର କିଛି ଡାକ୍ତର ଚେତାବନୀ ଦେଇଥିଲେ । କିନ୍ତୁ ତାଙ୍କୁ ଚୁପ କରିଦିଆଯାଇଥିଲା । ଏନେଇ ଚୀନର ସରକାରୀ ତଥ୍ୟ ଉପରେ ବିଶ୍ବ ସନ୍ଦେହ ସୃଷ୍ଟି କରୁଛି । ଉହାନରେ ପ୍ରଥମେ ସୃଷ୍ଟି ହେବା ପରଠାରୁ ଏହି ଭୂତାଣୁ ସାରା ବିଶ୍ୱରେ ବ୍ୟାପିଛି ଏବଂ ସାରା ବିଶ୍ୱରେ 3,35,000 ରୁ ଅଧିକ ଲୋକଙ୍କର ଜୀବନ ନେଲାଣି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.