ETV Bharat / international

ଦକ୍ଷିଣ କୋରିଆକୁ ଯୁଦ୍ଧ ଧମକ ଦେଲେ କିମ୍‌ ଜୋଙ୍ଗ୍‌ଙ୍କ ଭଉଣୀ - ଦକ୍ଷିଣ କୋରିଆକୁ ଯୁଦ୍ଧ ଧମକ ଉତ୍ତର କୋରିଆ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ୍ ଦକ୍ଷିଣ କୋରିଆ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛନ୍ତି । ଦକ୍ଷିଣ କୋରିଆ ସୀମାରୁ ଉତ୍ତର କୋରିଆ ସରକାରଙ୍କୁ ବିରୋଧ କରି ଚିଠା ପଠାଯିବା ପରେ ଶନିବାର କିମ୍ ୟୋ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 14, 2020, 6:56 PM IST

ପ୍ୟୋଙ୍ଗୟାଙ୍ଗ: କୋରୋନା କାଳରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ୍ ଦକ୍ଷିଣ କୋରିଆ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛନ୍ତି । ଦକ୍ଷିଣ କୋରିଆ ସୀମାରୁ ଉତ୍ତର କୋରିଆ ସରକାରଙ୍କୁ ବିରୋଧ କରି ପାମ୍ପଲେଟ୍ ପଠାଯିବା ପରେ ଶନିବାର କିମ୍ ୟୋ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିକ୍ଷୋଭକାରୀମାନେ ଏହି ଲିଫଲେଟ୍ ଗୁଡିକ ବେଲୁନରେ ପଠାଉଛନ୍ତି | କିମ ୟୋ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ଏହାର ପ୍ରଦର୍ଶନକାରୀଙ୍କୁ ଏପରି କରିବାରୁ ନିବୃତ ନକରାନ୍ତି ,ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ।

କିମ୍ ୟୋ କହିଛନ୍ତି ଯେ ଦେଶ ସୁପ୍ରିମ ଲିଡର୍ , ନିଜ ଦଳ ଏବଂ ସରକାର ଦେଇଥିବା ଅଧିକାରକୁ ବ୍ୟବହାର କରି ସେନାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ପରବର୍ତ୍ତୀ ପଦକ୍ଷେପ ସେନା ମୁଖ୍ୟଙ୍କ ଉପରେ ଛାଡି ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ହେଲେ ଆଗାମୀ ଦିନରେ ଦକ୍ଷିଣ କୋରିଆକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନା ଯେ, ଜୁନ୍ 7 ରୁ ଉତ୍ତର କୋରିଆରେ 5 ଲକ୍ଷ ବେଲୁନ୍ ଛଡା ଯାଇଛି । ଏଥିରେ କିମ ଜୋଙ୍ଗ୍ ଉନଙ୍କ ଆଣବିକ ଆକ୍ରମଣକୁ ସମାଲୋଚନା କରୁଥିବା ପାମ୍ପଲେଟ୍ ରହିଛି। ଏଥିସହ ସେମାନେ ଉତ୍ତର କୋରିଆରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ପ୍ରଶ୍ନ କରିଛନ୍ତି। ଉତ୍ତର କୋରିଆ ଏହାକୁ ଅନେକ ଥର ବିରୋଧ କରିଛି। ଏଥି ସହିତ ଦକ୍ଷିଣ କୋରିଆ ଦାବି କରିଛି ଯେ ଲିଫଲେଟ୍ ପଠାଇଥିବା ବିରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସୂଚନା ଯେ, ବିଗତ କିଛି ଦିନ ହେଲା ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ମଙ୍ଗଳବାର ଉତ୍ତର କୋରିଆ ଦକ୍ଷିଣ କୋରିଆ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବାକୁ ଘୋଷଣା କରିଛି। ଉତ୍ତର କୋରିଆ କହିଛି ଯେ ଦକ୍ଷିଣ କୋରିଆ ସହ ଜଡିତ ହଟଲାଇନ ସମେତ ଆମେ ସମସ୍ତ ଯୋଗାଯୋଗ ଲାଇନକୁ ବନ୍ଦ କରୁଛୁ । ସେ ବର୍ତ୍ତମାନ ଆମର ଶତ୍ରୁ ଦେଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.