ETV Bharat / international

ଉତ୍ତର କୋରିଆରେ ନାହିଁ କୋରୋନାର ଗୋଟିଏ ବି ମାମଲା: କିମ୍ ଜଙ୍ଗ ଉନ୍

author img

By

Published : Oct 11, 2020, 1:25 PM IST

ସାରା ବିଶ୍ବରେ କାୟା ବିସ୍ତାର କରିଛି ମାରାତ୍ମାକ କୋରୋନା ଭାଇରସ।। ଭଳି ପରିସ୍ଥିତିରେ ଉତ୍ତର କୋରିଆରେ ଗୋଟିଏ ମଧ୍ୟ କୋରୋନା ଭାଇରସର ମାମଲା ଦେଖା ଦେଇନଥିବା କଥା କହିଛନ୍ତି ଉତ୍ତର କୋରିଆର ସର୍ବୋପରି ନେତା କିମ୍ ଜଙ୍ଗ ଉନ୍। ଅଧିକ ପଢନ୍ତୁ...

kim jong un in military parade says grateful not a single person in north korea had contracted coronavirus
ଉତ୍ତର କୋରିଆରେ ନାହିଁ କୋରୋନାର ଗୋଟିଏ ବି ମାମଲା: କିମ୍ ଜଙ୍ଗ ଉନ୍

ପୋଙ୍ଗୟାଙ୍ଗ: ସାରା ବିଶ୍ବ ପାଇଁ ଏବେ ମହାମାରୀ କୋରୋନା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବର୍ତ୍ତମାନ ସୁଦ୍ଧା 213 ଦେଶରେ ଏହି ଭାଇରସ କାୟା ବିସ୍ତାର କରି ସାରିଛି। ବହୁ ପ୍ରମୁଖ ଦେଶ ଏହାର ଟିକା ବାହାର କରିବାରେ ଲାଗି ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଉତ୍ତର କୋରିଆରେ ଗୋଟିଏ ମଧ୍ୟ କୋରୋନା ଭାଇରସର ମାମଲା ଦେଖା ଦେଇନଥିବା କଥା କହିଛନ୍ତି ଉତ୍ତର କୋରିଆର ସର୍ବୋପରି ନେତା କିମ୍ ଜଙ୍ଗ ଉନ୍। ଗତ ଶନିବାର ଉତ୍ତର କୋରିଆର ସୈନ୍ୟମାନଙ୍କ ଦ୍ବାରା ଏକ ପରେଡ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କିମ୍ ଜଙ୍ଗ ଉନ୍। ସେ କହିଛନ୍ତି ଯେ, "ବର୍ତ୍ତମାନ ସୁଦ୍ଧା ଉତ୍ତର କୋରିଆରେ କୋରୋନା ଭାଇରସ ସଂକ୍ରମଣର ଗୋଟିଏ ମଧ୍ୟ ମାମଲା ଆସିନାହିଁ। ଏହା ଆମ ପାଇଁ ଏକ ଆଶ୍ବସ୍ତିକର ବିଷୟ।

ପଡ଼ୋଶୀ ଦେଶ ଚୀନରେ ପ୍ରଥମ କୋରୋନା ଭାଇରସ ସଂକ୍ରମଣ ଦେଖାଦେଇଥିଲା। ତେବେ ଉଚିତ ପଦକ୍ଷେପ ଯୋଗୁଁ ଉତ୍ତର କୋରିଆରେ ଏହି ଭାଇରସ ସଂକ୍ରମଣରୁ ରୋକାଯାଇ ପାରିଛି। ସଂକ୍ରମଣ ରୋକିବାକୁ ଗତ ଜାନୁଆରୀ ମାସରୁ ହିଁ ଦେଶର ସୀମାକୁ ସିଲ୍ କରାଯାଇଥିଲା।" ତେବେ ଉତ୍ତର କୋରିଆର ପଡ଼ୋଶୀ ଦେଶର ମିଡିଆ ଏଭଳି ତଥ୍ୟକୁ ମିଥ୍ୟା ବୋଲି ଦର୍ଶାଇଛି। ଉତ୍ତର କୋରିଆରେ ମିଡିଆର କଣ୍ଠରୋଧ କରାଯାଉଥିବାରୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସି ପାରୁନଥିବା ଅଭିଯୋଗ ହୋଇଛି।

ଆମେରିକାର ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟର ଗବେଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 3 କୋଟି 50 ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି। 10 ଲକ୍ଷରୁ ଅଧିକ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇ ସାରିଲେଣି। ରିପୋର୍ଟ ଅନୁଯାୟୀ ବିଶ୍ବରେ ପ୍ରତି 10 ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି କୋରୋନା ଭାଇରସ ସଂକ୍ରମିତ ହେଉଛନ୍ତି। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଆମେରିକା ଭଳି ଦେଶର ଆର୍ଥିକି ସ୍ଥିତି ଦୋହଲି ଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.