ETV Bharat / international

କୋରୋନାର ନୂଆ ଷ୍ଟ୍ରେନ, ଜାପାନ ଜାରି କରିପାରେ ଜରୁରୀ ସ୍ଥିତି

author img

By

Published : Jan 6, 2021, 8:01 PM IST

କୋଭିଡ ସଂକ୍ରମଣର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସାରା ଦେଶରେ ପୁଣି ଥରେ ରାଜ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ଜାପାନ ସରକାର । ପଢନ୍ତୁ ଅଧିକ....

କୋରୋନା ସଂକ୍ରମଣର ନୂଆ ଷ୍ଟ୍ରେନ , ଜାପାନ ଜାରି କରିପାରେ ଜରୁରୀ ସ୍ଥିତି

ଟୋକିଓ: କୋଭିଡ ସଂକ୍ରମଣର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଦେଶରେ ପୁଣି ଥରେ ରାଜ୍ୟ ଜରୁରୀ କାଳୀନ ସ୍ଥିତି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି ଜାପାନ ସରକାର । ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ଜାପାନ ମୁଖ୍ୟ କ୍ୟାବିନେଟ ସଚିବ । ସେ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀକୁ ଦୃଢ ମୁକାବିଲା ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ଜାପାନ ସରକାର ।

ଏଥିରେ ଭୟଭୀତ ହେବାର କିଛି ଆଶଙ୍କା ନଥିବାବେଳେ ଲୋକମାନେ କେବଳ ଜରୁରୀ କାମ ବ୍ୟତୀତ ସର୍ବସାଧାରଣ ସ୍ଥାନକୁ ନ ବାହାରିବା ପାଇଁ ନିବେଦନ କରାଯାଇଛି । ସେହିପରି କର୍ମଜୀବୀମାନେ କାର୍ଯ୍ୟାଳୟ ପରିବର୍ତ୍ତେ ଘରେ ରହି କାମ କରିବାକୁ ମଧ୍ୟ ଜାପାନ ସରକାର ନିବେଦନ କରିଛନ୍ତି ।

ନୂଆ କରି ଜାରି ହେବାକୁ ଥିବା ଏହି କଟକଣାରେ ହୋଟେଲ ଓ ରେସ୍ତାେରାଁ ଗୁଡିକୁ ରାତି 8ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଳିଛି । ସେହିପରି ସ୍କୁଲ, ଜିମ, କ୍ଲବ ଗୁଡିକ ସାମାଜିକ ଦୂରତା ବଜାୟ ରଖି ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ମଧ୍ୟ ଦେଶରେ ପ୍ରତିଦିନ 3 ହଜାରରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ନୂଆ ଚିନ୍ତାର କାରଣ ପାଲଟିଛି ।

ମଙ୍ଗଳବାର ସୁଦ୍ଧା କେବଳ ରାଜଧାନୀ ଟୋକିଓରେ 1278 ନୂଆ ଭାଇରସ ଦ୍ବାରା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଜାପାନ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମିଳିଥିବା ତଥ୍ୟ ଅନୁସାରେ ଦେଶରେ 2 ଲକ୍ଷ 40 ହଜାର ଆକ୍ରାନ୍ତଙ୍କ ପଞ୍ଜୀକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.