ETV Bharat / international

ରେକର୍ଡ କୋରୋନା ସଂକ୍ରମଣ ସତ୍ତ୍ବେ ଜାରି ହେବନି ଜରୁରୀକାଳୀନ ପରିସ୍ଥିତି

author img

By

Published : Jul 9, 2020, 9:24 PM IST

ଟୋକିଓରେ ଗୁରୁବାର 224 ନୂଆ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । କୋରୋନା ମହାମାରୀ ଦେଶରେ ପ୍ରବେଶ କରିବା ପରେ ପ୍ରଥମ ଥର ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ବାହାରିଛନ୍ତି । ଅଧିକ ପଢନ୍ତୁ...

ରେକର୍ଡ କୋରୋନା ସଂକ୍ରମଣ ସତ୍ତ୍ବେ ଜାରି ହେବନି ଜରୁରୀକାଳୀନ ପରିସ୍ଥିତି
ରେକର୍ଡ କୋରୋନା ସଂକ୍ରମଣ ସତ୍ତ୍ବେ ଜାରି ହେବନି ଜରୁରୀକାଳୀନ ପରିସ୍ଥିତି

ଟୋକିଓ: କୋରୋନା ସଂକ୍ରମଣରେ ଜାପାନରେ ପରିସ୍ଥିତି ସାଙ୍ଘାତିକ ହୋଇଛି । ରାଜଧାନୀ ଟୋକିଓରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି । ତଥାପି ଦେଶରେ କୌଣସି ପ୍ରକାର ଷ୍ଟେଟ ଅଫ୍ ଏମର୍ଜେନ୍ସି ଲାଗୁ ହେବନି ବୋଲି ସ୍ପଷ୍ଟ କରିଛନ୍ତି ସରକାର ।

ଗୁରୁବାର ମିଡିଆର ପ୍ରଶ୍ନର ଉତ୍ତର ଦେଇ ସରକାରୀ ମୁଖପାତ୍ର କହିଛନ୍ତି ଯେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାର କୌଣସି ଯୋଜନା ନାହିଁ । ଟୋକିଓରେ ଗୁରୁବାର 224 ନୂଆ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । କୋରୋନା ମହାମାରୀ ଦେଶରେ ପ୍ରବେଶ କରିବା ପରେ ଏପରି ପ୍ରଥମ ଥର ହୋଇଛି ଯେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ବାହାରିଛନ୍ତି । ଏହାସତ୍ତ୍ବେ ଟୋକିଓରେ ପୁଣି ଥରେ ଲକଡାଉନ ପରିସ୍ଥିତି ଜାରି କରିବା ଅସମ୍ଭବ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ସରକାର ଏହି ପଦକ୍ଷେପ ନେବେ ନାହିଁ । ଆର୍ଥିକ ଏବଂ ବନ୍ୟା ସ୍ଥିତିକୁ ଦେଖି କୌଣସି ପ୍ରକାର ଜରୁରୀକାଳୀନ ବ୍ୟବସ୍ଥା ଲାଗୁ ହେବନି ବୋଲି ଚିଫ୍ କ୍ୟାବିନେଟ୍ ସେକ୍ରେଟାରୀ କହିଛନ୍ତି ।

ସେ କହିଛନ୍ତି ଯେ ମେ ମାସରେ ଦେଶରୁ ସରକାର ଷ୍ଟେଟ୍ ଅଫ୍ ଏମର୍ଜେନ୍ସି ହଟାଇଥିଲେ । ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାବେଳେ ଆର୍ଥିକ ବ୍ୟବସ୍ଥା ସଜାଡିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସଂକ୍ରମଣର ଆଶଙ୍କା ଏବେ ଜିରୋ କରିବା ସମ୍ଭବ ନୁହେଁ । ସବୁକିଛି ଖୋଲିଯାଇ ଥିବାବେଳେ ସରକାର କିପରି ଏହାକୁ ରୋକାଯାଇପାରିବ ସେନେଇ ପଦକ୍ଷେପ ନେଉଥିବା ସେକ୍ରେଟାରୀ କହିଛନ୍ତି ।

ପ୍ରକାଶ ଥାଉ କି ଗୁରୁବାର ବାହାରିଥିବା ଅଧିକାଂଶ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ 80 ପ୍ରତିଶତ ଯୁବପିଢି ବୋଲି ଜଣାପଡିଛି । ଏମାନଙ୍କ ଭିତରେ 30 ବର୍ଷ ଏବଂ ଏହାଠାରୁ କମ୍ ବୟସର ଅଧିକ ଯୁବକ ରହିଛନ୍ତି । ବର୍ତ୍ତମାନ କୋରୋନା ଭୂତାଣୁ ସହ ଜାପାନ ବନ୍ୟା ଭଳି ବିପର୍ଯ୍ୟୟର ସାମନା କରିଛି । ଭୀଷଣ ବର୍ଷାରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ 60 ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । କୋଭିଡ 19 ସଂକ୍ରମଣ ଆଶଙ୍କା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧାପ୍ରାପ୍ତ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.