ETV Bharat / international

ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଲଗାମ ଲଗାଇଲା ଜାପାନ - ଜାପାନରେ କୋରୋନା

କିଛି ସପ୍ତାହ ତଳେ ଆରମ୍ଭ ହୋଇଥିଲା ଜାପାନର ଘରେ ଘରେ ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରତି ଘରକୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାର କିଛି ଦିନ ମଧ୍ୟରେ ସରକାରଙ୍କୁ ଶୁଣିବାକୁ ପଡିଛି ନାଗରିକଙ୍କ କଟାକ୍ଷ ।

mask distribution in japan, japan pm shinzo abe, corona in japan, free mask distribution in japan, ଜାପାନରେ ମାଗଣା ମାସ୍କ ବଣ୍ଟନ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଜାପାନରେ କୋରୋନା, ମାଗଣା ମାସ୍କ ବଣ୍ଟନରେ ଜାପାନର ଲଗାମ
ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଲଗାମ ଲଗାଇଲା ଜାପାନ
author img

By

Published : Apr 28, 2020, 10:25 PM IST

ଟୋକିଓ: କିଛି ସପ୍ତାହ ତଳେ ଆରମ୍ଭ ହୋଇଥିଲା ଜାପାନର ଘରେ ଘରେ ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରତି ଘରକୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାର କିଛି ଦିନ ମଧ୍ୟରେ ସରକାରଙ୍କୁ ଶୁଣିବାକୁ ପଡିଛି ନାଗରିକଙ୍କ କଟାକ୍ଷ । ପ୍ରଥମତଃ ପ୍ରତି ନାଗରିକଙ୍କୁ ଗୋଟିଏ ଲେଖାଏଁ ପୁନଃ ବ୍ୟବହାର ଯୋଗ୍ୟ ମାସ୍କ ଯୋଗାଇବା ପରିବର୍ତ୍ତେ ଗୋଟିଏ ପରିବାରକୁ ଦୁଇଟି ମାସ୍କ ଦେବା ଯୋଜନାକୁ ଲୋକେ ନିନ୍ଦା କରିଛନ୍ତି ।

ସେପଟେ ଗତ ଦୁଇ ସପ୍ତାହ ମଧ୍ୟରେ ଲୋକଙ୍କୁ ବଣ୍ଟାଯାଇଥିବା ମାସ୍କରେ ବିଭିନ୍ନ ପୋକ ଜୋକ ଓ ଅଳିଆ ଆବର୍ଜନା ରହିଥିବା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ବଣ୍ଟାଯାଇଥିବା 5 ଲକ୍ଷ ମାସ୍କ ମଧ୍ୟରୁ 7800 ମାସ୍କ ଖରାପ ରହିଥିବା ଜଣାପଡିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ନାମରେ ‘#ଆବେନୋମାସ୍କ’ ରେ ସୋସିଆଲ ମିଡିଆରେ ବିଭିନ୍ନ ମିମ୍ସ ଓ ଜୋକ୍ସ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହାପରେ ଏହି ଯୋଜନାରେ ଲଗାମ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ।

କେତେକ ନାଗରିକ ଏହି ବଣ୍ଟାଯାଉଥିବା ମାସ୍କର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେମାନେ କହିଛନ୍ତି କି ମାସ୍କଟି ମୁହଁ ଓ ନାକକୁ ସମ୍ପୂର୍ଣ୍ଣ ରୂପେ ଢାଙ୍କିବାରେ ମଧ୍ୟ ଅକ୍ଷମ । ଯାହାର ଜବାବ ଦେଇ ପ୍ରଧାନମନ୍ତ୍ରୀ ଆବେ ଏହାକୁ ନିଜେ ପିନ୍ଧି ମାସ୍କକୁ ବ୍ୟବହାର କରିବା ପାଇଁ ଅପିଲ କରିଥିଲେ । ଯାହା ନିଆଁରେ ଘିଅ ଢାଳିବା ପରି ଟ୍ରୋଲର୍ସଙ୍କୁ ନୂଆ ମିମ୍ସ ପାଇଁ କଣ୍ଟେଣ୍ଟ ଯୋଗାଇଥିଲା । ତେଣେ ବିରୋଧୀ କହିଛନ୍ତି କି ମାସ୍କ ପଛରେ 432 ମିଲିୟନ ଡଲାର ଖର୍ଚ୍ଚ କରିବା ବଦଳରେ ଦେଶର ହସ୍ପିଟାଲ ଗୁଡିକରେ ଏହି ଅର୍ଥ ଖର୍ଚ୍ଚ କଲେ ହୁଏତ ଆହୁରି ଅନେକ ଲୋକେ କୋରୋନା କବଳରୁ ମୁକୁଳିପାରିବେ । ସୂଚନା ଅନୁଯାୟୀ ଜାପାନରେ ବର୍ତ୍ତମାନ ସୁଦ୍ଧା 13,614 କୋରୋନା ଆକ୍ରାନ୍ତ ରହିଥିବା ବେଳେ 385 ମୃତ୍ୟୁ ରେକର୍ଡ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.