ETV Bharat / international

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

author img

By

Published : Aug 28, 2020, 12:40 PM IST

Updated : Aug 28, 2020, 3:02 PM IST

ଦୀର୍ଘଦିନ ଧରି ଅସୁସ୍ଥ ଥିବା ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ପ୍ରେସମିଟ ଜରିଆରେ ସେ ଇସ୍ତଫା ନେଇ ଘୋଷଣା କରିଛନ୍ତି ।

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ
ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଗୋଟିଏ ସପ୍ତାହରେ ସେ ଦୁଇ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ସେ କ୍ଷମତାରେ ରହିବା ନେଇ ଶାସକ ଦଳ ଚିନ୍ତା ପ୍ରକଟ କରିବା ସହ ସାଧାରଣରେ ମଧ୍ୟ ଆଲୋଚନା ହେଉଥିଲା । ତେବେ ଶୁକ୍ରବାର ପ୍ରେସମିଟ ଜରିଆରେ ସେ ନିଜ ଇସ୍ତଫା ନେଇ ଘୋଷଣା କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସିଞ୍ଜୋ ଆବେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୁଁ କ୍ରନିକ୍ ରୋଗ ଅଲସରାଟିଭ କୋଲାଇଟିସରେ ପୀଡିତ। ଏହି ରୋଗ ପାଇଁ ମୁଁ ଏକ ନୂତନ ଚିକିତ୍ସା କରୁଛି । ଯେଉଁଥିପାଇଁ ନିୟମିତ ପରୀକ୍ଷା ଏବଂ ଯତ୍ନ ଆବଶ୍ୟକ । ତେଣୁ ଚିକିତ୍ସା ସମୟରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମୁଁ ପର୍ଯ୍ୟାପ୍ତ ସମୟ ଦେଇ ପାରିବି ନାହିଁ । ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସିଞ୍ଜୋ କହିଛନ୍ତି ।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ମୁଁ ଆତ୍ମବିଶ୍ବାସର ସହିତ ଲୋକଙ୍କଠାରୁ ମିଳିଥିବା ଜନାଦେଶକୁ ପୂରଣ କରିବାକୁ ସକ୍ଷମ ନୁହେଁ । ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ଆଉ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ତେବେ ତାଙ୍କ ଶାସକ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ଜଣେ ଉତ୍ତରାଧିକାରୀ ବାଛିବା ପର୍ଯ୍ୟନ୍ତ ଆବେ ଏହି ପଦବୀରେ ରହିବେ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ କେବଳ ସାଂସଦ ଏବଂ ଦଳର ସଦସ୍ୟଙ୍କ ମଧ୍ୟରେ ହେବାର ସମ୍ଭାବନା ରହିଛି।

ସୋମବାର ପ୍ରଧାନମନ୍ତ୍ରୀ ଜାପାନର ଦୀର୍ଘତମ କାର୍ଯ୍ୟକର୍ତ୍ତା ନେତା ହେବାର ରେକର୍ଡ କରିଥିଲେ । କ୍ରମାଗତ 2,799 ଦିନ କାର୍ଯ୍ୟ କରି ସେ ତାଙ୍କ ମାମୁଁ ଇସା ସାଟୋଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ । ଜାପାନ ଗଣମାଧ୍ୟମ ଅନୁଯାୟୀ, ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଛି । ଦୀର୍ଘ ଦିନ ଧରି ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା ।

ଏହାପୂର୍ବରୁ ଅଗଷ୍ଟ 18 ରେ ଯେତେବେଳେ ସିଞ୍ଜୋ ଆବେଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେତେବେଳେ ତାଙ୍କର ଚେକଅପ୍ ପ୍ରାୟ ସାତ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଇତି ମଧ୍ୟରେ ଗଣମାଧ୍ୟମରେ ଅନେକ ପ୍ରକାରର ଘଟଣା ସାମ୍ନାକୁ ଆସିଥିଲା କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଅସୁସ୍ଥତା ପୂର୍ବରୁ ମଧ୍ୟ, ସିଞ୍ଜୋ ଆବେ 2007 ରେ କିଛି ସମୟ ବିରତି ନେଇଥିଲେ ଯେତେବେଳେ ତାଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳର ପ୍ରଥମ ଦିନ ଥିଲା ।

ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କର ପ୍ରଥମ କାର୍ଯ୍ୟକାଳ 13 ବର୍ଷ ପୂର୍ବେ ହଠାତ୍ ସମାପ୍ତ ହୋଇଥିଲା । ସୋମବାର କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ଡାକ୍ତରଖାନା ଯାଇଥିଲେ । ପରେ ଆବେ ଗଣମାଧ୍ୟମକୁ କହିଥିଲେ ଯେ ସେ ଗତ ସପ୍ତାହର ଚେକଅପ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ପରୀକ୍ଷା କରିବାକୁ ଡାକ୍ତରଖାନାକୁ ଯାଇଥିଲେ।

Last Updated : Aug 28, 2020, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.