ETV Bharat / international

ଗାଜାରେ ମିଡିଆ ହାଉସକୁ ବୋମାମାଡ ଘଟଣାରେ ଦୁଃଖିତ ଜାତିସଂଘ ମୁଖ୍ୟ

author img

By

Published : May 16, 2021, 12:47 PM IST

ଗାଜାରେ ମିଡିଆ ହାଉସକୁ ବୋମାମାଡ ଘଟଣାରେ ଜାତିସଂଘ ମୁଖ୍ୟ ଗଭୀର ଭାବେ ବିଚଳିତ ଥିବା କହିଛନ୍ତି । ଅଧିକ ପଢନ୍ତୁ...

ଗାଜାରେ ମିଡିଆ ହାଉସକୁ ବୋମାମାଡ ଘଟଣାରେ ଦୁଃଖିତ ଜାତିସଂଘ ମୁଖ୍ୟ
ଗାଜାରେ ମିଡିଆ ହାଉସକୁ ବୋମାମାଡ ଘଟଣାରେ ଦୁଃଖିତ ଜାତିସଂଘ ମୁଖ୍ୟ

ୱାଶିଂଟନ: ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦ ଧୀରେ ଧୀରେ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଗାଜା ସିଟିରେ ଥିବା ସମସ୍ତ ଗଣମାଧ୍ୟମ ସଂସ୍ଥା ଉପରକୁ ଇସ୍ରାଏଲ ବୋମାମାଡ କରିଛି । ଏନେଇ ଆଜି(ରବିବାର) ଜାତିସଂଘରେ ବୈଠକ ବସିବ । ତେବେ ବୈଠକ ବସିବା ପୂର୍ବରୁ ମିଡିଆ ହାଉସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେର ଗଭୀର ଭାବେ ବିଚଳିତ ଥିବା କହିଛନ୍ତି ।

ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦରେ ନାଗରିକ, ନିରୀହ ପରିବାର ଓ ମିଡିଆ ହାଉସ ପ୍ରଭାବିତ ହୋଇଛନ୍ତି, ଯାହାକି ଅନ୍ତର୍ଜାତୀୟ ଆଇନ ବିରୋଧରେ ଯାଇଛି ବୋଲି ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ରବିବାର କହିଛନ୍ତି । ଇସ୍ରାଏଲର ସାମରିକ ବଳ 12 ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ଗାଜାର ଅନେକ ଗଣମାଧ୍ୟମ ସଂସ୍ଥାଗୁଡିକର କାର୍ଯ୍ୟାଳୟ ରହିଛି ।

କିନ୍ତୁ ସେଠାରେ ଗାଜାକୁ ଶାସନ କରୁଥିବା ରାଜନୈତିକ ଦଳ ତଥା ଆତଙ୍କବାଦୀ ସଙ୍ଗଠନ ଗାଜାର ନେତା ରହୁଥିବାରୁ ସେମାନଙ୍କ ଉପରେ ଏହି ଆକ୍ରମଣ କରିଛି ବୋଲି ଇସ୍ରାଏଲ କହିଛି । ଏହି ଅଟ୍ଟାଳିକାରେ ହମାସ ବିଭିନ୍ନ ଯୋଜନା କରିଥାଏ ବୋଲି ଇସ୍ରାଏଲ ପକ୍ଷରୁ ଜାତିସଂଘରେ କୁହାଯାଇଛି । ଏହି ବିବାଦ ସମ୍ପର୍କରେ ଆଲୋଚନା କରିବା ପାଇଁ ଜାତିସଂଘର ସୁରକ୍ଷା ପରିଷଦର ରବିବାର ବୈଠକ ବସି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ଏଯାବତ ଗାଜା ପଟୁ ଇସ୍ରାଏଲକୁ 2800 ରକେଟ ଛଡାଯାଇଥିବା ଇସ୍ରାଏଲ ଆର୍ମି କହିଛି । ଏହି ଆକ୍ରମଣରେ ଇସ୍ରାଏଲର 7 ଜଣ ନାଗିରକଙ୍କ ସମେତ ଜମେ ସୁରକ୍ଷାକର୍ମୀଙ୍କ ମୃ୍ତ୍ୟୁ ଘଟିଛି । ସେପଟେ ଗାଜାରେ 140 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ 40 ଶିଶୁ ରହିଛନ୍ତି । ଆକ୍ରମଣରେ 1300 ପାଲେଷ୍ଟାଇନ ଆହତ ହୋଇଛନ୍ତି । ତେବେ ସୂଚନା ଥାଉ କି ଗତ ସୋମବାରଠାରୁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏହି ବିବାଦ ଲାଗି ରହିଛି । ଇସ୍ରାଏଲର ରାଜଧାନୀର ଜେରୁଜୁଲମର ପୂର୍ବ ପାର୍ଶ୍ବରୁ ପାଲେଷ୍ଟାଇନ ଅଧିବାସୀଙ୍କୁ ହଟାଇବା ପାଇଁ ଇସ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.