ତେହରାନ: ଇରାନରେ ଚୀନ ତାର 5 ହଜାର ସେନା ମୁତୟନ କରିବ । ଏଥିଲାଗି ଚୀନକୁ ଅନୁମତି ମିଳିସାରିଛି । ତେଲ, ଗ୍ୟାସ ଓ ପେଟ୍ରୋଲିୟମ୍ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଇରାନରେ ବଡ଼ ଧରଣର ନିବେଶ କରିବାକୁ ଯାଉଛି ଚୀନ । ଏଥିଲାଗି ଇରାନରେ ୨୮୦ ବିଲିୟନ ଡଲାରର ଏକ ବଡ ଧରଣର ପ୍ରକଳ୍ପ ଏହି ନିବେଶ ହେବ। ଯାହାର ସୁରକ୍ଷା ଦାୟିତ୍ୱରେ ରହିବେ ଚୀନ ସୈନ୍ୟ।
ଆମେରିକା ଓ ଚୀନ ଭିତରେ ଚାଲିଥିବା ବାଣିଜ୍ୟକ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ବରେ ଅନୁଭୂତ ହେଉଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି ଆର୍ଥିକ ରଣନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ମଧ୍ୟ ଏସୀୟାରେ ଆମେରିକାକୁ ସାମରିକ କ୍ଷେତ୍ରରେ ଚ୍ୟାଲେଞ୍ଜ ଦେବା ପାଇଁ ଚୀନର ୫ ହଜାର ସେନାଙ୍କୁ ଇରାନ ନିଜ ମାଟିରେ ମୁତୟନ କରିବା ପାଇଁ ଅନୁମତି ଦେଇଛି ।
ଇରାନରେ ୨୮୦ ବିଲିୟନ ଡଲାରର ଏକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହାର ସୁରକ୍ଷା ପାଇଁ ଚୀନ ନିଜ ଦେଶର ସେନାଙ୍କୁ ସେଠାକୁ ପଠାଇବ। ବିଦେଶୀ ସୈନିକଙ୍କି ନିଜ ଦେଶରେ ମୁତୟନ କରିବା ନେଇ ଇରାନ ମଧ୍ୟ ମଞ୍ଜୁରୀ ପ୍ରଦାନ କରିସାରିଛି। ଏହା ପୂର୍ବରୁ ଚୀନ, ପାକିସ୍ତାନରେ ମଧ୍ୟ ବଡ଼ ଧରଣର ନିବେଶ କରିସାରିଛି।