ETV Bharat / international

ବ୍ରିଟିଶ ଟ୍ୟାଙ୍କରକୁ ଜବତ କଲା ଇରାନ, ଚାଳକ ଦଳରେ ଭାରତୀୟ ସାମିଲ

ବ୍ରିଟିଶ ତେଲ ଟ୍ୟାଙ୍କରକୁ ଜବତ କରିଛି ଇରାନ । ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ନିୟମ ଅଧିନରେ ଏହି ଟ୍ୟାଙ୍କରକୁ ଜବତ କରାଯାଇଥିବା ଇରାନ କହିଛି ।

ଫାଇଲ ଫଟୋ
author img

By

Published : Jul 20, 2019, 11:24 AM IST

ତେହେରାନ: ଶୁକ୍ରବାର ଷ୍ଟେଟ ଅଫ ହର୍ମୁଜରେ ବ୍ରିଟିଶ ତେଲ ଟ୍ୟାଙ୍କରକୁ ଜବତ କରିଥିବା ଦାବି କରିଛି ଇରାନ । ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ନିୟମ ଅଧିନରେ ଏହି ଟ୍ୟାଙ୍କରକୁ ଜବତ କରାଯାଇଥିବା ଇରାନ କହିଛି । ଷ୍ଟେନା ଇମ୍ପେରୋ ଟ୍ୟାଙ୍କର ଓ ସାମୁଦ୍ରିକ ସଂଗଠନର ଅନୁରୋଧ ପରେ ଟ୍ୟାଙ୍କରକୁ ରିଭଲ୍ୟୁସନାରୀ ଗାର୍ଡସଙ୍କ ଦ୍ୱାରା ଜବତ କରାଯାଇଛି ।

ତେବେ ଏହି ଟ୍ୟାଙ୍କର ଚାଳକ ଦଳ ମଧ୍ୟରେ ଅନେକ ଭାରତୀୟ ସାମିଲ ଥିବା ଜଣାପଡିଛି । ଏହା ବ୍ୟତୀତ ସେଥିରେ ରୁଷ, ଫିଲିପାଇନ୍‌ସ ଏବଂ ଲାଟଭିଆର ନାଗରିକ ମଧ୍ୟ ସାମିଲ ଥିଲେ । ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ନିୟମର ଉଲଂଘନ କରାଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଜବତ ପରେ ଟ୍ୟାଙ୍କଟିକୁ ବିମାନ ବନ୍ଦରରେ ଲଗାଯାଇଛି ଏବଂ ନିୟମ ଅନୁଯାୟୀ ଏହାର ତଦନ୍ତ ଦାୟିତ୍ବ ସଂଗଠନକୁ ହସ୍ତାନ୍ତର କରାଯାଇଛି ।

ସେପଟେ ଟ୍ୟାଙ୍କ ନ ଫେରାଇଲେ ପରିଣାମ ଗମ୍ଭୀର ହେବ ବୋଲି ଇରାନକୁ ଚେତାବନୀ ଦେଇଛି ବ୍ରିଟେନ । ବ୍ରିଟେନ କୌଣସି ସୈନ୍ୟ ବିକଳ୍ପ ଆଡକୁ ନ ମୁହାଁଇଲେ ମଧ୍ୟ କୁଟନୈତିକ ସ୍ତରରେ ଚାପ ପ୍ରୟୋଗ କରିବ । ତେବେ 2 ସପ୍ତାହ ପୂର୍ବରୁ ବ୍ରିଟେନ ଇରାନର ଟ୍ୟାଙ୍କର ଜବତ କରିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.