ହାଇଦ୍ରାବାଦ: ଇରାନରେ ତାଣ୍ଡବ ରଚାଇଛି ବନ୍ୟା । ବନ୍ୟାରେ ବର୍ତ୍ତମାନ ସୁଦ୍ଧା 76 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ 100 ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ନଦୀରେ ଜଳସ୍ତର କମିବାରେ ଲାଗିଛି । କିନ୍ତୁ ଅନେକ ସ୍ଥାନରେ ଏବେବି ବନ୍ୟା ପାଇଁ ଆଲର୍ଟ ଜାରି ରହିଛି ।
ଏବେ ମଧ୍ୟ ଅନେକ ଗୁଡିଏ ସ୍ଥାନରେ ବନ୍ୟା ହେବାର ସମ୍ଭାବନା ଅଛି । ସେଗୁଡିକ ହେଲା ଫାର, ହର୍ମୋଜଗାନ, ସିଷ୍ଟନ ଓ ବେଲୁଚିସ୍ତାନ । ଏହାସହ ଦକ୍ଷିଣ ଖୋରସାନ ଓ ଆହାଦ ଭାଜିଫେ ବି ହାଇଆଲର୍ଟ କରିଛି ପାଣିପାଗ ବିଭାଗ । ବନ୍ୟା ଛଡା କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।
ଇରାନର 31 ପ୍ରାନ୍ତରୁ 25 ସ୍ଥାନରେ ମାର୍ଚ୍ଚ 19 ପରଠୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରଳୟଙ୍କାରୀ ବନ୍ୟାରେ ଅନେକ ଲୋକ ବାସହରା ହେବା ସହ 1000 ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି ।