ETV Bharat / international

ଭାରତ-ଶ୍ରୀଲଙ୍କା: ପୁରୁଣା ସମ୍ପର୍କର ନୂତନ ଆରମ୍ଭ - ପୁରୁଣା ସମ୍ପର୍କର ନୂତନ ଆରମ୍ଭ

2016ର ମୈତ୍ରୀପାଲ ଶାସନ ସମୟରେ ଥିବା 4.5 ପ୍ରତିଶତ ବିକାଶ 18 ବର୍ଷ ତଳକୁ ହ୍ରାସପାଇ 2.5 ପ୍ରତିଶତ ରହିଛି । ଏହାସହିତ ଜିଡିପିର ଋଣ ଭାର 75 ପ୍ରତିଶତ ରହିଛି । ଯାହା ଦେଶ ପାଇଁ ଏବେ ବୋଝ ସଦୃଶ ପାଲଟିଛି । ଅନ୍ୟପଟେ ତାମିଲ ମାନଙ୍କ ହିତ ପାଇଁ ଓ ଶ୍ରୀଲଙ୍କାର ଲାଭ ପାଇଁ ଭାରତକୁ ଶ୍ରୀଲଙ୍କା ସହ ଦ୍ବିପାକ୍ଷିକ ସମ୍ପର୍କକୁ ଅତ୍ୟଧିକ ସୃଦୃଢ କରିବା ନିହାତି ଆବଶ୍ୟକ ଅଟେ ।

India-Sri Lanka
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Dec 4, 2019, 8:15 PM IST

ହାଇଦ୍ରାବାଦ: ପଡୋଶୀ ଦେଶ ଶ୍ରୀଲଙ୍କା ସହ ଭାରତର ବନ୍ଧୁତ୍ବ ରାମସେତୁ ସମୟରୁ ରହିଆସିଛି । ଦେଶର 12 ପ୍ରତିଶତ ତାମିଲ ଓ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତୀୟ ଶାନ୍ତି ସୁରକ୍ଷା ବଳ(IPKF) ଦ୍ବାରା ଦିଆଯାଇଥିବା ବଳିଦାନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରିଛି । ଭାରତ ସର୍ବଦା ଏକ ବଡ ଭାଇ ସଦୃଶ ଶ୍ରୀଲଙ୍କା ସହ ତାର କର୍ତ୍ତବ୍ୟ ପାଳନ କରିଆସୁଛି। 2005ରେ ଶ୍ରୀଲଙ୍କା ରାଷ୍ଟ୍ରପତି ରୂପେ ମହିନ୍ଦ୍ରା ରାଜପକ୍ଷେ ନିର୍ବାଚନ ଜିତିଥିଲେ । ସେହିଦିନ ଠାରୁ କଲମ୍ବୋ ଚୀନ ରାଜଧାନୀ ବେଜିଂର ନିକଟତର ହେବାରେ ଲାଗିଛି ।

ତାମିଲ ଟାଇଗର ଠାରୁ ହାରିବା ପରେ 2015ରେ ରାଜପକ୍ଷେ ନିଜର ପରାଜୟ ପାଇଁ ଭାରତକୁ ସମ୍ପୂର୍ଣ୍ଣ ଭାବେ ଦୋଷ ଦେଇଥିଲେ। ତେବେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଭାଇ ଗୋତବାୟା ରାଜପକ୍ଷେଙ୍କ ବିଜୟ ପରେ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦ୍ରା ରାଜପକ୍ଷେଙ୍କ ନିଯୁକ୍ତି ପରେ ଦିଲ୍ଲୀ ଓ କଲୋମ୍ବୋ ମଧ୍ୟରେ ଥିବା ସମ୍ପର୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ ।

ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୋତବାୟା ରାଜପକ୍ଷେଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଏନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣର ପରଦିନ କଲମ୍ବୋରେ ପହଞ୍ଚିଥିଲେ । ଶପଥ ଗ୍ରହଣର ପରଦିନ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ଭାରତ ଆସିବା ପରେ ରାଜନୈତିକ ମାହୋଲରେ ସ୍ପଷ୍ଟତା ଆସିଥିଲା । ଏହାପରେ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ବହୁ ଉଚ୍ଚସ୍ତରକୁ ନେବା ପାଇଁ ଚାହୁଁଥିବା କହିଥିଲେ ଗୋତବାୟା । ଏହାପରେ ସେ ଭାରତକୁ କୌଣସି କ୍ଷତି ନପହଞ୍ଚାଇବା କଥା କହିଥିଲେ । ଏହାସହ ସେ ଦୁଇ ଦେଶ ମଧ୍ୟରେ ସମସ୍ତ ସନ୍ଦେହ ଓ ଭୁଲ ବୁଝାମଣାକୁ ଦୂର କରିବାକୁ ଚାହୁଁଥିବା କହିଥିଲେ।

ଗୋତବାୟା ଭାରତ ଓ ଅନ୍ୟ ଦେଶମାନଙ୍କୁ ମଧ୍ୟ ଚୀନର ପୁଞ୍ଜି ନିବେଶ ବିକଳ୍ପରେ ଆସିବାକୁ କହିଥିଲେ । ଆତଙ୍କବାଦୀଙ୍କ ସହ ଲଢିବା ପାଇଁ 360 କୋଟି ଓ 2 ହଜାର 870 କୋଟି ଟଙ୍କା ଋଣ ଶ୍ରୀଲଙ୍କାକୁ ଦେବାକୁ ପଡିବା ସହିତ ଭାରତ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ତେବେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରୁ ସ୍ପଷ୍ଟ ହୋଇଯାଇଛି ଯେ, ଦେଶବାସୀଙ୍କ ମଧ୍ୟରେ ଅସୁରକ୍ଷିତତା କିଭଳି ଭାବେ ଘର କରିଛି । ମୈତ୍ରୀପାଲା ସିରସେନା ରାଷ୍ଟ୍ରପତି ଥିବା ସମୟରେ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଦେଶକୁ ଅସୁରକ୍ଷିତ ଆଡକୁ ଭିଡି ନେଇଥିଲା । ଖାଲି ସେତିକି ନୁହେଁ ଏହା ଦେଶର ସୁରକ୍ଷା ତନ୍ତ୍ରକୁ ମଧ୍ୟ ଦୁର୍ବଳ କରିଦେଇଥିଲା । ତେବେ ବିକ୍ରମସିନ୍ଧେ ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଇଷ୍ଟର ଧମାକା ସମଗ୍ର ଦେଶରେ ଭୟର ପରିସ୍ଥିତି ସୃଷ୍ଟି କରିଥିଲା ।

ଆତଙ୍କବାଦୀ ଆକ୍ରମଣ କରିବା ନେଇ ଭାରତ ଓ ଆମେରିକା ଦ୍ବାରା ଦିଆଯାଇଥିବା ଚେତାବନୀକୁ ଅଣଦେଖା କରିବାନେଇ ସଂସଦୀୟ ଚୟନ କମିଟି ସୁରକ୍ଷା ଏଜେନ୍ସିଙ୍କୁ ହୋଇଥିବା ଆକ୍ରମଣ ପାଇଁ ଉତ୍ତରଦାୟୀ କରାଗଲା । ତେବେ ବହୁସଂଖ୍ୟକ ସିଂହଳୀ ମାନଙ୍କ ଚିନ୍ତାଧାରା ଅନୁଯାୟୀ, ଆଇଏସ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଗୋତବାୟା ହେଉଛନ୍ତି ଉପଯୁକ୍ତ ରାଷ୍ଟ୍ରପତି । ଉତ୍ତର ଓ ପୂର୍ବପ୍ରାନ୍ତରେ ଥିବା ଅଧିକାଂଶ ମୁସଲିମ ସମ୍ପ୍ରଦାୟ ଓ ତାମିଲ ମାନେ ଗୋତାବାୟଙ୍କ ପ୍ରତିଦ୍ବନ୍ଦି ସାଜିଥ ପ୍ରେମଦାସାଙ୍କୁ ସମର୍ଥନ କରିଥିଲେ । କାରଣ ସେମାନଙ୍କ ମନରେ ଡର ଥିଲାଯେ, ଆତଙ୍କବାଦ ନିୟନ୍ତ୍ରଣ ନାଁରେ ସେମାନଙ୍କ ସହ କୌଣସି ପ୍ରକାର ଅନ୍ୟାୟ ନହେଉ । ତେବେ ସିଂହଳି ବହୁମତରେ ରାଷ୍ଟ୍ରପତି ଭାବେ ଗୋତାବାୟାହିଁ ରାଷ୍ଟ୍ରପତି ଭାବେ ଚୟନ ହୋଇଥିଲେ ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟାଙ୍କ କହିବାନୁଯାୟୀ, 1987 ସମ୍ବିଧାନର 13 ତମ ସଂଶୋଧନ ଅନୁସାରେ ତାମିଲ ବହୁଳ ଅଞ୍ଚଳରେ ସମସ୍ତ ଶକ୍ତି ଏକତ୍ର କରିବା, ସିଂହଳ ମାନଙ୍କ ଇଚ୍ଛା ବିନା ସମ୍ଭବ ନୁହଁ । ସେଥିପାଇଁ ସେ ସମସ୍ତଙ୍କ ମତଅନୁସାରେ ବିକାଶ ଦିଗରେ କାମ କରିବେ । ତେବେ ଦେଖିବାର କଥାଯେ, ନୂଆ ରାଷ୍ଟ୍ରପତିଙ୍କ ସମୟରେ ପୂର୍ବରୁ ଦୀର୍ଘ ସମୟ ଧରି ଚାଲି ଆସୁଥିବା ସିଂହଳି ଓ ତାମିଲଙ୍କ ମଧ୍ୟରେ ଚାଲିଆସୁଥିବା ଏହି ସମସ୍ୟା ଯେପରି ପୁନର୍ବାର ସୃଷ୍ଟି ନହୁଏ ।

ଦୀର୍ଘ 25 ବର୍ଷ ଧରି ଏଲଟିଟିଇ ଆତଙ୍କବାଦୀର ସାମ୍ନା କରୁଥିବା ଦେଶ ପାଇଁ ଘରୋଇ ଆଇଏସଆଇଏସ ପ୍ରତିବନ୍ଧକ ସାଜିବା ଆହୁରି ଏକ ବଡ ଝଟକା ଅଟେ । ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ଆକ୍ରମଣ ପରେ, ଦେଶକୁ ଜିଡିପିରେ 5 ପ୍ରତିଶତ ଭାଗ ରଖୁଥିବା ପର୍ଯ୍ୟଟନ ଉଦ୍ୟୋଗକୁ ଅତ୍ୟଧିକ କ୍ଷତି ସହିବାକୁ ପଡିଛି । ଯାହା ଶ୍ରୀଲଙ୍କା ପାଇଁ ଚିନ୍ତାର ବିଷୟ ଅଟେ । 2016ର ମୈତ୍ରୀପାଲଙ୍କ ଶାସନ ସମୟରେ ଥିବା 4.5 ପ୍ରତିଶତ ବିକାଶ 18 ବର୍ଷ ତଳକୁ ହ୍ରାସପାଇ 2.5 ପ୍ରତିଶତ ରହିଛି । ଏହାସହିତ ଜିଡିପିର ଋଣ ଭାର 75 ପ୍ରତିଶତ ରହିଛି । ଯାହା ଦେଶ ପାଇଁ ଏବେ ବୋଝ ସଦୃଶ ପାଲଟିଛି । ଅନ୍ୟପଟେ ଏହା ଚୀନ ପାଇଁ ଏକ ଉତ୍ତମ ସମୟ ଅଟେ ।

ମହିନ୍ଦ୍ରା ରାଜପକ୍ଷେଙ୍କ ଶାସନ ସମୟରେ ଚୀନ ପାଓ୍ବାର ଷ୍ଟେସନ, କ୍ରୀଡା କ୍ଷେତ୍ର, ବିମାନବନ୍ଦର, ରାସ୍ତା ଓ ରେଳ ଢାଞ୍ଚା ସ୍ଥାପନା ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା । ତେବେ ଚୀନର ଦବଦବା ଏପରି ହୋଇଯାଇଛି ଯେ, ତାର ପଣ୍ଡୁବୀର ପ୍ଲିଟ ଶ୍ରୀଲଙ୍କାର ପୋର୍ଟରେ ରଖିସାରିଛି । ଯଦିଓ ଗୋତାବାୟା ଚୀନ ଓ ଭାରତ ସହ ସମାନତା ରକ୍ଷାକରିବାକୁ ଚାହୁଁଛନ୍ତି । କିନ୍ତୁ ଏହା ନିଶ୍ଚିତଯେ, ଯଦି ଅନ୍ୟ ଦେଶ ଗୁଡିକ ଶ୍ରୀଲଙ୍କା ସହ ବୈକଳ୍ପିକ ନିବେଶ ନକରନ୍ତି ତେବେ, ବେଲ୍ଟ ଆଣ୍ଡ ରୋଡ ପରିଯୋଜନାର ସମ୍ପୂର୍ଣ୍ଣ ଲାଭ ଚୀନ ଉଠାଇବା ନେଇ ଭବିଷ୍ୟତରେ ପୁରା ସମ୍ଭାବନା ରହିଛି ।

ଏପରି ସମୟରେ ଭାରତ ସ୍ବୟଂ ବିଦେଶୀ ପୁଞ୍ଜି ନିବେଶ ନିଜ ପଟକୁ ଆଣିବାକୁ ଚେଷ୍ଟା ଚଳାଇଛି, ସେଥିପାଇଁ ଶ୍ରୀଲଙ୍କାକୁ ବହୁଳ ମାତ୍ରାରେ ଆର୍ଥିକ ସାହାଯ୍ୟ କରିବା ଭାରତ ପାଇଁ କଷ୍ଟକର ବ୍ୟାପାର ଅଟେ । କିନ୍ତୁ ତାମିଲ ମାନଙ୍କ ହିତ ପାଇଁ ଓ ଶ୍ରୀଲଙ୍କାର ଲାଭ ପାଇଁ ଭାରତକୁ ଶ୍ରୀଲଙ୍କା ସହ ଦ୍ବିପାକ୍ଷିକ ସମ୍ପର୍କକୁ ଅତ୍ୟଧିକ ସୃଦୃଢ କରିବା ନିହାତି ଆବଶ୍ୟକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.