ETV Bharat / international

ପାକିସ୍ତାନ ପିଏମଙ୍କୁ ଜଣାନାହିଁ NHRC ସଦସ୍ୟ ସଂଖ୍ୟା, 47କୁ କହିଲେ 58 - 58 nations supports pakistan

କାଶ୍ମୀର ପ୍ରସଙ୍ଗକୁ ନେଇ ବାଉଳା ପାକିସ୍ତାନ । ସଂଯୁକ୍ତ ରାଷ୍ଟ୍ର ମାନବିଧିକାର ପରିଷଦରେ ପାକିସ୍ତାନକୁ ସମର୍ଥନ ମିଳିଥିବା ନେଇ କହିଲେ ପାକ ପିଏମ । 47ଟି ସଦସ୍ୟ ଥିବା ପରିଷଦରେ 58ଟି ଦେଶ କହି ପୁଣି ଫସିଯାଇଛନ୍ତି ଇମ୍ରାନ ଖାନ ।

ଫାଇଲ ଫଟୋ
author img

By

Published : Sep 13, 2019, 1:28 PM IST

ନୂଆଦିଲ୍ଲୀ: କାଶ୍ମୀରକୁ ପ୍ରସଙ୍ଗକୁ ନେଇ ସଂଯୁକ୍ତ ରାଷ୍ଟ୍ର ମାନବଧିକାର ପରିଷଦରେ(ଏନଏଚଆରସି) ଭାଗନେଇଥିବା 58 ଦେଶକୁ ଧନ୍ୟବାଦ ଜଣାଇଛନ୍ତି ଇମ୍ରାନ ଖାନ । ଏହି ଦେଶଗୁଡିକ ଭାରତକୁ ନୁହେଁ ପାକିସ୍ତାନଙ୍କୁ ସମର୍ଥନ କରିଥିବା ନେଇ ଟ୍ବିଟର ମାଧ୍ୟମରେ କହିଛନ୍ତି ପାକ୍‌ ପିଏମ । କାଶ୍ମୀର ପ୍ରସଙ୍ଗରେ ବାଉଳା ହୋଇଥିବା ପାକ ପିଏମ ସଂଯୁକ୍ତ ରାଷ୍ଟ୍ରର ମାନବଧିକାର ପରିଷଦର ସଦସ୍ୟ ସଂଖ୍ୟା ବି ଜାଣିନାହିଁ । ଫଳରେ 47ଟି ଦେଶକୁ 58ଟି ଦେଶ କହି ଧନ୍ୟବାଦ ଜଣାଇଛନ୍ତି।

Imran Khan claims
ଫଟୋ ସୌଜନ୍ୟ:@ImrankhanPTI

47ଟି ଦେଶ ମଧ୍ୟରେ ଭାରତ ଓ ପାକିସ୍ତାନ ରହିଛି । ତେବେ ଏହି ତାଲିକାକୁ ନେଇ ମଧ୍ୟ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଥଟ୍ଟା କରିଛି । ଯଦି କୌଣସି ଦେଶ ସମର୍ଥନ କରିଛନ୍ତି ତେବେ ସେହି ଦେଶ ଏହାର ତଥ୍ୟ ପ୍ରଦାନ କରିବେ । ଭାରତ ପାଖରେ ଏ ବିଷୟରେ କୌଣସି ତାଲିକା ନାହିଁ । ସଦସ୍ୟତା ଦେଶକୁ ନେଇ ପାକିସ୍ତାନ ବହୁ ଆଗକୁ ପଳାଇଛି ଆଉ ବୋଧ ହୁଏ ଗଣିବାରେ ଭୁଲ କରିଦେଇଛନ୍ତି ।ସେ ଆହୁରି କହିଛନ୍ତି,ଏନଏଚଆରସି କୌଣସି ଗୁପ୍ତ ଅଧିବେଶ ନୁହେଁ, ଯଦି ସେମାନେ ସମର୍ଥନ କରୁଛନ୍ତି ତେବେ ତାହାର ତାଲିକା ନିଶ୍ଚୟ ଜଣାପଡିବ ।

ଗତ ତିନି ଦିନ ପୂର୍ବରୁ ଜେନିଭାରେ କାଶ୍ମୀର ପ୍ରସଙ୍ଗକୁ ନେଇ ସ୍ପେଶାଲ ଅଧିବେଶନ ପାଇଁ ପାକିସ୍ତାନକୁ ମାତ୍ର 16ଟି ଭୋଟ ମିଳିନଥିବା ବେଳେ 60 ଦେଶ ସମର୍ଥନ କରୁଥିବାର କଥା ନିହାତି ଆଶ୍ଚର୍ଯ୍ୟଜନକ ଅଟେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.