ETV Bharat / international

ବେଜିଂ ରାସାୟନିକ କାରଖାନାରେ ବିସ୍ଫୋରଣ: 6 ମୃତ, 30 ଆହତ

ପୂର୍ବ ଚୀନରେ ବଡ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ମୃତକ ଓ ଆହତଙ୍କ ମଧ୍ୟରେ ଅଧିକାଂଶ କାରଖାନା କର୍ମଚାରୀ ରହିଛନ୍ତି । ଏମାନଙ୍କ ବ୍ୟତୀତ କିଛି ସ୍ଥାନୀୟ ଲୋକ ବି ଆହତ ହୋଇଛନ୍ତି ।

author img

By

Published : Mar 21, 2019, 11:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ବେଜିଂ: ପୂର୍ବ ଚୀନରେ ଗୁରୁବାର ଏକ ବଡ ଧରଣର ଅଘଟଣ ଘଟିଛି । ଜିଆଙ୍ଗସୁ ଅଞ୍ଚଳର ୟାନଚେଙ୍ଗ ଠାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି 6ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ 30 ଜଣ ଆହତ ହୋଇଥିବା ଜଣାପଡିଛି ।

ଏଏନଆଇ ସୂଚନାନୁସାରେ ଏହି ବିସ୍ଫୋରଣରେ ମୃତକ ଓ ଆହତଙ୍କ ମଧ୍ୟରେ ଅଧିକାଂଶ କାରଖାନା କର୍ମଚାରୀ ରହିଛନ୍ତି । ଏମାନଙ୍କ ବ୍ୟତୀତ କିଛି ସ୍ଥାନୀୟ ଲୋକ ବି ଆହତ ହୋଇଥିବାର ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବିସ୍ଫୋରଣ ଫଳରେ କାରଖାନା ନିକଟରେ ଥିବା ବିଲ୍ଡିଂର ଝରକା ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଦିନ ୨ଟା ୫୦ ମିନିଟ୍‌ ସମୟରେ ଏହି ବିସ୍ଫୋରଣ ଘଟିଥିବାର ଜଣାପଡିଛି ।

ଘଟଣା ଘଟିବା ପରେ ଡାକ୍ତରୀ ଦଳ, ଅଗ୍ନିଶମ ବିଭାଗ ଆଦି ଘଟଣାସ୍ଥଳରେ ପହଞ୍ଚିଥିଲେ । ବିସ୍ଫୋରଣ ସମୟର ଭିଡିଓ ଏବେ ସମସ୍ତ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ କରାଯାଉଛି । ବିସ୍ଫୋରଣ ହେବାର କିଛି ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳଟି ଧୂଆଁମୟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ ।

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.