କାବୁଲ: ଗୃହଯୁଦ୍ଧର ଅଗ୍ନିରେ ଜଳୁଥିବା ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ବିବାହ ଉତ୍ସବରେ ବଡଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 63କୁ ବୃଦ୍ଧି ହୋଇଥିବା ବେଳେ 180ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି ।
ବିବାହ ଚାଲୁଥିବା ସମୟରେ ହଲରେ ଉପସ୍ଥିତ ଥିଲେ ବହୁସଂଖ୍ୟକ ଅତିଥୀ। ବିସ୍ଫୋରଣ ନେଇ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ ।