ETV Bharat / international

ହଂକଂ ଆପ ଷ୍ଟୋର ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଟିକଟକ

author img

By

Published : Jul 11, 2020, 6:04 PM IST

ହଂକଂର ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରୁ ଆପେ ଆପେ ହଟିଲା ଟିକଟକ । ଚୀନର ନୂତନ ଜାତୀୟ ସୁରକ୍ଷା ଆଇନ କାରଣରୁ ହଟିଲା ଟିକଟକ । ଅଧିକ ପଢନ୍ତୁ...

ହଂକଂ ଆପ ଷ୍ଟୋର ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଟିକଟକ
ହଂକଂ ଆପ ଷ୍ଟୋର ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଟିକଟକ

ହଂକଂ: ଟିକଟକ ହକଂକଙ୍ଗ ମାର୍କେଟରୁ ବାହାରିବା ନେଇ ଘୋଷଣା ପରେ, ଏବେ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରରେ ମଧ୍ୟ ମିଳୁ ନାହିଁ । ହଂକଂରୁ ବାହାରିବାର କାରଣ ହେଉଛି ଚୀନର ନୂତନ ଜାତୀୟ ସୁରକ୍ଷା ଆଇନ । ଗତ କିଛି ଦିନ ହେବ ଟିକଟକ ପାଇଁ ଭଲ ସମୟ ନାହିଁ । ଏହାପୂର୍ବରୁ ତାକୁ ଭାରତରେ ମଧ୍ୟ ବ୍ୟାନ କରାଯାଇଛି । ଏହାକୁ ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରରୁ ମଧ୍ୟ ହଟାଇ ଦିଆଯାଇଛି ।

ଆପ ଖୋଲିବା ପରେ ଆସୁଛି ବନ୍ଦ କରିବାର ମେସେଜ

ଏକ ରିପୋର୍ଟ ଅନୁଯାୟୀ, ହଂକଂର ଆପ ଷ୍ଟୋର ଏବଂ ପ୍ଲେ ଷ୍ଟୋରରୁ ଆପ ହଟାଇବା ପରେ ଯେଉଁମାନେ ସ୍ମାର୍ଟଫୋନରେ ଏହି ଆପ ରଖିଛନ୍ତି, ସେମାନେ ଆପ ଖୋଲିବା ମାତ୍ରେ ତାଙ୍କ ମୋବାଇଲରେ ଏକ ମେସେଜ ଆସୁଛି । ମେସେଜରେ ଲେଖାଯାଉଛି ଯେ, ଟିକଟକ ସହ ସମୟ ଅତିବାହିତ କରିଥିବାରୁ ଏବଂ ଆପଣଙ୍କ ଜୀବନରେ ଆମେ ଟିକେ ସୁଖ ଆଣିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଆମେ ଦୁଃଖିତ ଯେ ହଂକଂରେ ଟିକଟକ ଅପରେଟ କରିବା ବନ୍ଦ କରିଦେଇଛୁ।

ହଂକଂରେ ଟିକଟକର ପ୍ରାୟ 1.5 ଲକ୍ଷ ଆକ୍ଟିଭ ୟୁଜର୍ସ ଥିଲେ। କେବଳ ଟିକଟକ ନୁହେଁ ଗୁଗୁଲ, ମାଇକ୍ରୋସଫ୍ଟ, ଜୁମ, ଫେସବୁକ, ଟ୍ୱିଟର ସମେତ ଅନେକ ଆମେରିକୀୟ କମ୍ପାନୀ କହିଥିଲେ ଯେ, ହଂକଂ କର୍ତ୍ତୃପକ୍ଷଙ୍କୁ ବ୍ୟବହାରକାରୀଙ୍କ ତଥ୍ୟ ସହ ଜଡିତ ସୂଚନା ଦେବା ସାମୟିକ ଭାବରେ ବନ୍ଦ ହେବ। ଗୁଗୁଲ ମୁଖପାତ୍ରଙ୍କ ଅନୁଯାୟୀ "ଯେତେବେଳେ ଏହି ଆଇନ କାର୍ଯ୍ୟକାରୀ ହେଲା, ଆମେ ହଂକଂ କର୍ତ୍ତୃପକ୍ଷଙ୍କୁ କୌଣସି ନୂତନ ତଥ୍ୟ ଦେବାକୁ ବାରଣ କରିଥିଲୁ ଏବଂ ଆମେ ନୂତନ ଆଇନର ବିସ୍ତୃତ ସମୀକ୍ଷା କରିବା ଜାରି ରଖିବୁ"।

ସେହିଭଳି ଫେସବୁକ ଏକ ବିବୃତ୍ତିରେ କହିଛି,"ହଂକଂରୁ ୟୁଜର୍ସ ମାନଙ୍କ ତଥ୍ୟ ପାଇଁ ସରକାରୀ ଅନୁରୋଧର ସମୀକ୍ଷାକୁ ଆମେ ପ୍ରତିରୋଧ କରୁଛୁ। ମାନବିକ ଅଧିକାର ସମେତ ଜାତୀୟ ସୁରକ୍ଷା ଆଇନ ଉପରେ ମଧ୍ୟ ଯାଞ୍ଚ କରାଯାଉଛି। ଆନ୍ତର୍ଜାତୀୟ ମାନବ ଅଧିକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଉଛି"।

ପ୍ରକାଶ ଥାଉକି, ପୂର୍ବରୁ ଭାରତରେ ଟିକଟକ ସମେତ 59ଟି ଆପକୁ ସରକାର ନିଷିଦ୍ଧ କରିଛନ୍ତି । ଭାରତରେ ଟିକଟକର 200 ମିଲିୟନରୁ ଅଧିକ ୟୁଜର୍ସ ଥିଲେ । ଯେଉଁମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଗ୍ରାମାଞ୍ଚଳରୁ ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.