ହାଇଦ୍ରାବାଦ: ବିଶ୍ବରେ ଶରଣାର୍ଥୀଙ୍କ ସମସ୍ୟା ଗୁରୁତର ରୂପ ଧାରଣ କରିଛି । ଯୁଦ୍ଧ, ବିପର୍ଯ୍ୟୟ, ଆତଙ୍କବାଦ, ପ୍ରାକୃତିକ ବିପର୍ଯ୍ୟୟ ଭଳି ସମସ୍ୟା ଯୋଗୁଁ ଅନେକ ଲୋକ ବାସହରା ହୋଇଛନ୍ତି । ମିଳିତ ଜାତିସଙ୍ଘର ଶରଣାର୍ଥୀଙ୍କ ହାଇକମିସନରଙ୍କ ଅନୁସାରେ ବିଶ୍ବରେ 70 ମିଲିୟନରୁ ଅଧିକ ଲୋକ ଏହିସବୁ କାରଣରୁ ଶରଣାର୍ଥୀ ପାଲଟିଛନ୍ତି । ଏକ ରିପୋର୍ଟ ଅନୁସାରେ 2018ରେ ପ୍ରତି ଏକ ମିନିଟରେ 25 ଜଣ ଲୋକ ବାଧ୍ୟତାମୂଳକ ଭାବେ ବାସହରା ହୋଇଥିଲେ ।
ପ୍ରତିବର୍ଷ ଜୁନ୍ 20କୁ ବିଶ୍ବ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସମଗ୍ର ବିଶ୍ବରେ ଥିବା ଶରଣାର୍ଥୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଏ । ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଏ । ପ୍ରତିଦିନ ବଞ୍ଚିବା ପାଇଁ ସଙ୍ଘର୍ଷ କରନ୍ତି ଶରଣାର୍ଥୀ । ପ୍ରତିଟି ଶରଣାର୍ଥୀର ଜୀବନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଭଳି ବାର୍ତ୍ତା ସହ ସବୁ ବର୍ଷ ବିଶ୍ବ ଶରଣାର୍ଥୀ ଦିବସ ପାଳନ କରାଯାଏ । 2001 ଜୁନ୍ 20ରେ ପ୍ରଥମ ଥର ଏହା ପାଳନ କରାଯାଇଥିଲା । 50 ବର୍ଷ ତଳେ ରିଫ୍ୟୁଜିଙ୍କ ଉପରେ ହୋଇଥିବା ସମ୍ମିଳନୀର 50 ତମ ବାର୍ଷିକୀରେ ପ୍ରଥମ ଥର ଏହା ଆୟୋଜନ ହୋଇଥିଲା ।
ପ୍ରଥମେ ଏହା ଆଫ୍ରିକା ରିଫ୍ୟୁଜି ଡେ ଭାବେ ପରିଚିତ ଥିଲା । ଯାହା ପରବର୍ତ୍ତୀ ସମୟରେ ବିଶ୍ବ ଶରଣାର୍ଥୀ ଦିବସ ଭାବେ ଆୟୋଜିତ ହେଲା । ଚଳିତ ବର୍ଷ ଏହାର ବିଷୟବସ୍ତୁ ରହିଛି ପ୍ରତିଟି ପଦକ୍ଷେପର ମହତ୍ତ୍ବ । କୋଭିଡ 19 ମହାମାରୀ ଏବଂ ଜାତିଭେଦ ବିରୋଧରେ ଆନ୍ଦୋଳନ ଏବେ ସାରା ବିଶ୍ବରେ ଏକ ନୂଆ ଜାଗରଣ ସୃଷ୍ଟି କରିଛି । ତାହା ହେଉଛି ସମସ୍ତଙ୍କର ସମାନତା ଅଧିକାର । ଏପରି ଏକ ବିଶ୍ବ ଯେଉଁଠି କେହି ବି ପଛରେ ପଡିବେନି । ସମସ୍ତେ ଏକ ପରିବର୍ତ୍ତନର କାରଣ ବନିପାରିବେ । ଏଥିପାଇଁ ଏବର୍ଷର ଥିମ୍ ଏପରି ବନାଯାଇଛି ଯାହାର ଅର୍ଥ ପ୍ରତିଟି ଲୋକର ବଞ୍ଚିବାର ଏବଂ ସମାନତା ଅଧିକାର ରହିଛି । ପ୍ରତିଟି ଶରଣାର୍ଥୀ ଜୀବନର ମହତ୍ତ୍ବ ରହିଛି ।
ଶରଣାର୍ଥୀଙ୍କ ସମସ୍ୟା ଉପରେ ମିଳିତ ଜାତିସଙ୍ଘର ରିପୋର୍ଟ ଆପଣଙ୍କୁ ନିଶ୍ଚିତ ଚକିତ ଏବଂ ହତବାକ୍ କରିଦେବ । ବିଶ୍ବରେ ଶରଣାର୍ଥୀଙ୍କ ସମସ୍ୟା କେତେ ଭୟଙ୍କର ତାହା ଏଥିରୁ ଆପଣ ଜାଣିପାରିବେ । ପ୍ରତି ଏକ ମିନିଟରେ ବିଶ୍ବରେ 20 ଜଣ ଲୋକ ଯୁଦ୍ଧ, ବିପର୍ଯ୍ୟୟ ଭଳି କାରଣରୁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ସେହିପରି 79.5 ମିଲିୟନ୍ ଲୋକଙ୍କୁ ଜବରଦସ୍ତ ଘରୁ ବାହାର କରିଦିଆଯାଇଛି । ଏମାନଙ୍କ ମଧ୍ୟରେ ପ୍ରାୟ 30ରୁ 34 ମିଲିୟନ ନାବାଳକ ବୋଲି ଜଣାପଡିଛି । ବିଶ୍ବ ଜନସଂଖ୍ୟାର 1 ପ୍ରତିଶତ ବିସ୍ଥାପିତ । 80 ପ୍ରତିଶତ ବିସ୍ଥାପିତ ଏପରି ଦେଶରେ ଅଛନ୍ତି ଯେଉଁଠାରେ ଲୋକେ କୁପୋଷଣ ଏବଂ ଅସୁରକ୍ଷିତ ଭାବେ ବସବାସ କରନ୍ତି । ପଡୋଶୀ ଦେଶମାନଙ୍କରେ 73 ପ୍ରତିଶତ ବିସ୍ଥାପିତ ବସବାସ କରନ୍ତି ।
ବିଶ୍ବର 68 ପ୍ରତିଶତ ବିସ୍ଥାପିତ ମାତ୍ର 5ଟି ଦେଶ ସିରିୟା, ଭେନେଜୁଏଲା, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ ଏବଂ ମିଆଁମାରରେ ରହିଛନ୍ତି । ଏବେ ଯାଏଁ 4.2 ମିଲିୟନ ଲୋକଙ୍କର କୌଣସି ପ୍ରକାର ସ୍ଥିର ପରିଚୟ ନାହିଁ । ସେହିପରି 4.2 ମିଲିୟନ ଲୋକ ବିଭିନ୍ନ ଦେଶରେ ବସବାସ ପାଇଁ ଆବେଦନ କରିଛନ୍ତି । 2019ରେ 26ଟି ଦେଶରେ ଏକ ଲକ୍ଷ ସାତ ହଜାର ଆଠଶହ ଲୋକ ପୁଣିଥରେ ବସବାସ କରିଛନ୍ତି । ନିଜ ଦେଶ ଭିତରେ ପ୍ରାୟ 45.7 ମିଲିୟନ ଲୋକ ବିସ୍ଥାପିତ ହୋଇଛନ୍ତି । ରିଫ୍ୟୁଜିଙ୍କ ମଧ୍ୟରେ ପ୍ରାୟ 70 ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ଶରଣାର୍ଥୀଙ୍କ ମଧ୍ୟରେ ସିରିୟାରେ ସର୍ବାଧିକ 6.6 ମିଲିୟନ ରହିଛନ୍ତି ।
ମିଳିତ ଜାତିସଙ୍ଘର 2017 ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ 2 ଲକ୍ଷ ରିଫ୍ୟୁଜି ଅଛନ୍ତି । ଏମାନେ ମିଆଁମାର, ଆଫଗାନିସ୍ତାନ, ସୋମାଲିଆ, ତିବ୍ଦତ, ଶ୍ରୀଲଙ୍କା, ପାକିସ୍ତାନ, ପାଲେଷ୍ଟାଇନ୍, ବର୍ମା, ବାଂଲାଦେଶ ଭଳି ଦେଶରୁ ଆସିଛନ୍ତି । ଏପରିକି ଭାରତକୁ ମିଳିତ ଜାତିସଙ୍ଘର ଶରଣାର୍ଥୀଙ୍କ ହାଇକମିସନର ଅନ୍ୟ ଦେଶ ପାଇଁ ଉଦାହରଣ ବୋଲି କହିଛନ୍ତି । କାରଣ ଭାରତରେ ଏମାନେ ଯେପରି ସୁରକ୍ଷିତ ଅଛନ୍ତି ଅନ୍ୟ ଦେଶରେ ସେତେ ନିରାପଦରେ ଶରଣାର୍ଥୀ ରହୁନାହାନ୍ତି । ତେବେ ପ୍ରଥମେ 1951ରେ ରିଫ୍ୟୁଜି ସମ୍ମିଳନୀରେ ଭାରତ ଭାଗ ନେଇନଥିଲା କିମ୍ବା ଏହାର ଚୁକ୍ତିରେ ସ୍ବାକ୍ଷର କରିନଥିଲା । ପ୍ରଥମେ ଏହାକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନ୍ୟତମ ଶୀତଳ ଯୁଦ୍ଧର ଷ୍ଟ୍ରାଟେଜି ବୋଲି ଭାରତ ଭାବିଥିଲା । ଧିରେ ଧିରେ ଏହି ଚିନ୍ତାଧାରାରେ ପରିବର୍ତ୍ତନ ହେଲା ।
ଭାରତକୁ ପ୍ରଥମ ଶରଣାର୍ଥୀ ଭାବେ ତିବ୍ଦତରୁ ଧର୍ମଗୁରୁ ଦଲାଇଲାମାଙ୍କ ସହ 1959ରେ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ତେବେ ଏମାନଙ୍କୁ ମାନବିକତା ଦୃଷ୍ଟିରୁ ରହିବାକୁ ସୁଯୋଗ ଦେବା ଫଳରେ ଭାରତ ଓ ଚୀନ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ହିମାଚଳ ପ୍ରଦେଶରେ ଏମାନେ ବସବାସ କରିଥିଲେ । ଏହାପରେ 1971ରେ ବାଂଲାଦେଶ ସ୍ବାଧୀନତା ଯୁଦ୍ଧ ପରେ ପ୍ରାୟ 10 ମିଲିୟନୀ ବାଂଲାଦେଶୀ ଭାରତକୁ ଅନୁପ୍ରବେଶ କରିଥିଲେ । ପାକିସ୍ତାନ ସହ ଯୁଦ୍ଧ ବେଳେ ଏମାନେ ଭାରତରେ ଆଶ୍ରୟ ନେବାକୁ ପଳାଇ ଆସିଥିଲେ । ଏମାନଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ ବଢିଚାଲିଛି । ଏହାକୁ ନେଇ ସ୍ଥାନୀୟ ଅଧିବାସୀ ଏବଂ ବାଂଲାଦେଶୀ ଶରଣାର୍ଥୀଙ୍କ ମଧ୍ୟରେ ଅନେକ ଥର ସଙ୍ଘର୍ଷ ଘଟିଛି । 2012ରେ ଆସାମର କୋକ୍ରାଝୋର ସଙ୍ଘର୍ଷ ଅନ୍ୟତମ । ଏଥିରେ 80 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ 1983 ଏବଂ 1987ରେ ପ୍ରାୟ 1.34 ଲକ୍ଷରୁ ଅଧିକ ତାମିଲ ଭାରତରେ ପ୍ରବେଶ କରିଥିଲେ । ଶ୍ରୀଲଙ୍କାରେ ଚାଲିଥିବା ଗୃହଯୁଦ୍ଧ କାରଣରୁ ଏମାନେ ବାସହରା ହୋଇଥିଲେ । ଏବେ ବି ପ୍ରାୟ 109ଟି କ୍ୟାମ୍ପରେ 60 ହଜାରରୁ ଅଧିକ ସିଂହଳୀ ଲୋକ ତାମିଲନାଡୁରେ ବସବାସ କରୁଛନ୍ତି । ଏହାପରେ 1979ରେ ଆଫଗାନିସ୍ତାନରୁ ମଧ୍ୟ ପ୍ରାୟ 2 ଲକ୍ଷରୁ ଅଧିକ ଶରଣାର୍ଥୀ ଭାରତରେ ପ୍ରବେଶ କରିଥିଲେ । ତେବେ ସବୁଠାରୁ ବଡ ରିଫ୍ୟୁଜି 2017ରେ ମିଆଁମାରରୁ ଭାରତରେ ପ୍ରବେଶ କରିଥିଲେ । ଆଉ ସେମାନେ ହେଲେ ରୋହିଙ୍ଗ୍ୟା ଶରଣାର୍ଥୀ । ପ୍ରାୟ 40 ହଜାର ରୋହିଙ୍ଗ୍ୟା ମୁସଲିମ୍ ଭାରତ ଆସିଥିବାବେଳେ 16 ହଜାର 500ଙ୍କୁ ମିଳିତ ଜାତିସଙ୍ଘର ଶରଣାର୍ଥୀଙ୍କ ହାଇକମିସନର ପରିଚୟ ପତ୍ର ପ୍ରଦାନ କରିଥିଲେ । ତେବେ ଭାରତ ସରକାର ଏମାନଙ୍କୁ ଫେରାଇନେବାକୁ ମିଆଁମାର ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି ।
ସେହିପରି ବାଂଲାଦେଶର ଚିଟ୍ଟାଗଙ୍ଗ ପାର୍ବତ୍ୟ ଅଞ୍ଚଳରେ ରହୁଥିବାର ଅନେକ ସମ୍ପ୍ରଦାୟ ଏବେ ଭାରତରେ ଶରଣାର୍ଥୀ ଭାବେ ବସବାସ କରୁଛନ୍ତି । ସୁପ୍ରିମକୋର୍ଟ ଏମାନଙ୍କ ମଧ୍ୟରୁ 2 ପ୍ରକାର ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ କୋଭିଡ 19 ଯୋଗୁଁ ସାରା ବିଶ୍ବରେ ଶରଣାର୍ଥୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ରହିଛନ୍ତି । ଲକଡାଉନ କଟକଣା ଯୋଗୁଁ ଏମାନେ କୌଣସି ଦେଶରେ ସ୍ଥାୟୀ ଭାବେ ବସବାସ କରିପାରୁନାହାନ୍ତି । ବିଶେଷ କରି ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବିଭିନ୍ନ ଦେଶକୁ ପ୍ରବେଶ କରିନପାରି ସମୁଦ୍ରରେ ନିଜ ଜୀବନ ହାରିଦେଉଥିବାର ନଜିର ରହିଛି ।
ବିଶ୍ବ ଶରଣାର୍ଥୀ ଦିବସ 2020: ପ୍ରତିଟି ପଦକ୍ଷେପର ମହତ୍ତ୍ବ - ପ୍ରତିଟି ପଦକ୍ଷେପର ମହତ୍ତ୍ବ
ପ୍ରତିବର୍ଷ ଜୁନ୍ 20କୁ ବିଶ୍ବ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସମଗ୍ର ବିଶ୍ବରେ ଥିବା ଶରଣାର୍ଥୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଏ । ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଏ । ଅଧିକ ପଢନ୍ତୁ..