ETV Bharat / international

ଆଫଗାନିସ୍ତାନରେ ତାଲିବାନ ସରକାର, ମୁଲ୍ଲା ଅଖୁଣ୍ଡ ହେଲେ ପ୍ରଧାନମନ୍ତ୍ରୀ - ମୁଲ୍ଲା ଅଖୁଣ୍ଡ

ଆଫଗାନିସ୍ତାନରେ ଗଠନ ହୋଇଛି ତାଲିବାନ ସରକାର । ମୁଲ୍ଲା ମହମ୍ମଦ ହସନ ଅଖୁଣ୍ଡ ହେବେ ନୂଆ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ତାଲିବାନ ସରକାର, ମୁଲ୍ଲା ଅଖୁଣ୍ଡ ହେଲେ ପ୍ରଧାନମନ୍ତ୍ରୀ

author img

By

Published : Sep 7, 2021, 9:06 PM IST

Updated : Sep 8, 2021, 6:47 AM IST

କାବୁଲ: ଦୀର୍ଘ ଦିନର ରକ୍ତପାତ ମଧ୍ୟରେ ଆଫଗାନିସ୍ତାନରେ ଗଠନ ହୋଇଛି ତାଲିବାନ ସରକାର । ମୁଲ୍ଲା ମହମ୍ମଦ ହସନ ଅଖୁଣ୍ଡ ହେଲେ ନୂଆ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଗୃହ ବିଭାଗର ଦାୟିତ୍ବ ମିଳିଛି । ସେହିପରି ମୁଲ୍ଲା ୟାକୁବ ପ୍ରତିରକ୍ଷା ବିଭାଗର ଦାୟିତ୍ବ ତୁଲାଇବେ ।

ମୁଲ୍ଲା ହସନ ଅଖୁଣ୍ଡ କ୍ୟାବିନେଟର ମୁଖ୍ୟ ଅର୍ଥାତ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ । ତାଙ୍କ ପରେ ଅବଦୁଲ ଘନି ବରାଦର ହେବେ ଉପପ୍ରଧାନମନ୍ତ୍ରୀ । ତାଲିବାନ ସରକାରରେ ଖୈରବ୍ବାଙ୍କୁ ସୂଚନା ପ୍ରସାରଣ ମନ୍ତ୍ରୀ ପଦ ଦିଆଯାଇଛି । ଅବଦୁଲ ହକୀମଙ୍କୁ ନ୍ୟାୟ ମନ୍ତ୍ରଣାଳୟ ଦିଆଯାଇଥିବାବେଳେ ଶେର ଅବାସ ଷ୍ଟାନିକଜାଇ ଉପ ବୈଦେଶିକମନ୍ତ୍ରୀ ଓ ଜବିଉଲ୍ଲାହ ମୁଜାହିଦି ସୂଚନା ମନ୍ତ୍ରଣାଳୟର ଉପମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ।

ଦୀର୍ଘ ୨୦ ବର୍ଷରୁ ଆଫଗାନିସ୍ତାନରେ ଆମେରିକା ବିରୋଧରେ ମୋର୍ଚ୍ଚା ଖୋଲିଥିବା ନେତାମାନଙ୍କୁ ବିଶେଷ କରି ନୂଆ ସରକାରରେ ବଡ ଦାୟିତ୍ବ ଦେଇଛି ତାଲିବାନ । ଅଣତାଲିବାନୀଙ୍କୁ ସରକାରରେ ସାମିଲ କରାଇବା ପାଇଁ ଅନ୍ତରାଷ୍ଟ୍ରୀୟ ସମୂହ ପକ୍ଷରୁ ଦାବି ଉଠିଥିଲା । ହେଲେ ଏହି ଦାବି ପୁରା ହେବାର କୌଣସି ସ୍ପଷ୍ଟତା ମିଳୁନାହିଁ ।

ଗତ କିଛି ମାସରୁ ଆଫଗାନିସ୍ତାନରେ ସ୍ଥିତି ଦ୍ରୁତ ଗତିରେ ବଦଳୁଥିଲା । ଆଫଗାନିସ୍ତାନକୁ ପ୍ରଥମେ ବନ୍ଧୁକ ମୁନରେ ଦଖଲ କରିଥିଲା ତାଲିବାନ । ୩୧ ଅଗଷ୍ଟରେ ଡେଡ୍‌ଲାଇନ ଶେଷ ହେବା ପରେ ଆମେରିକା ସେନା ଆଫଗାନ ମାଟି ଛାଡି ସ୍ବଦେଶ ଫେରିଯାଇଥିଲେ । ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଦେଶଛାଡି ପଳାୟନ କରିବାକୁ ପଡିଥିଲା ।

ଦୀର୍ଘ ଦିନରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରୟାସ କରୁଥିଲା ତାଲିବାନ । ହେଲେ ଦୁଇରୁ ୩ ଥର ଘୋଷଣାକୁ ଘୁଞ୍ଚାଇ ଦିଆଯାଇଥିଲା । ତାଲିବାନ ନେତୃତ୍ବ ଓ ହକ୍କାନୀ ନେଟୱାର୍କ ମଧ୍ୟରେ ସରକାର ଗଠନକୁ ନେଇ ବିବାଦ ଲାଗି ରହିଥିବା କୁହାଯାଉଥିଲା । ହେଲେ ବର୍ତ୍ତମାନ ସରକାର ଗଠନ ନେଇ ଘୋଷଣା କରିଦିଆଯାଇଛି ।

Last Updated : Sep 8, 2021, 6:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.