ETV Bharat / international

110 ଦିନ ପରେ ଦୁବାଇରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଗୁରୁଦ୍ବାରା - ଦୁବାଇ ଗୁରୁଦ୍ବାରାରେ କୋରୋନା କଟକଣା

ରବିବାର ଦୁବାଇର ସାମାଜିକ ବିକାଶ ସଂସ୍ଥା ଦ୍ବାରା ଅନୁମତି ମିଳିବା ପରେ ଗୁରୁଦ୍ବାରା ଖୋଲାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦର ସିଂ କନ୍ଧାରୀ ।

gurudwara reopens in dubai, dubai gurudwara, corona restrictions in dubai gurudwara, religious places reopens in dubai, ଦୁବାଇରେ ଖୋଲିଲା ଗୁରୁଦ୍ବାରା, ଦୁବାଇରେ ଗୁରୁଦ୍ବାରା, ଦୁବାଇ ଗୁରୁଦ୍ବାରାରେ କୋରୋନା କଟକଣା, ଦୁବାଇରେ ଖୋଲିଲା ଧାର୍ମିକସ୍ଥଳୀ
110 ଦିନ ପରେ ଦୁବାଇରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଗୁରୁଦ୍ବାରା
author img

By

Published : Jul 6, 2020, 3:26 AM IST

ଦୁବାଇ: କୋରୋନା କଟକଣା ସହ 110 ଦିନର ବିରତି ପରେ ପୁଣି ଖୋଲିଛି ଦୁବାଇସ୍ଥିତ ଗୁରୁ ନାନକ ଦରବାର ଗୁରୁଦ୍ବାରା । ୟୁଏଇରେ ସମସ୍ତ ଧାର୍ମିକ ସ୍ଥଳ ଲକଡାଉନ ଆରମ୍ଭରୁ ବନ୍ଦ ରହିଥିବା ବେଳେ ରବିବାର ପୁଣି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଦୁବାଇସ୍ଥିତ ଗୁରୁଦ୍ବାରା । ଦୁବାଇରେ ମଧ୍ୟ ଅନୁରୂପ ଭାବେ ସମସ୍ତ ମସଜିଦ ଓ ଏକମାତ୍ର ହିନ୍ଦୁ ମନ୍ଦିର ଗତ ସପ୍ତାହରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି ।

ରବିବାର ଦୁବାଇର ସାମାଜିକ ବିକାଶ ସଂସ୍ଥା ଦ୍ବାରା ଅନୁମତି ମିଳିବା ପରେ ଗୁରୁଦ୍ବାରା ଖୋଲାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦର ସିଂ କନ୍ଧାରୀ । ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁଦ୍ବାରା ଖୋଲିଥିବା ବେଳେ ଏଠାରେ ସମସ୍ତ ପ୍ରକାଶ ସତର୍କତାମୂଳକ ପଦକ୍ଷେପର ପାଳନ କଡାକଡି କରାଯାଇଛି । ଏହି କ୍ରମରେ ସକାଳ 9ଟାରୁ 9ଟା 30 ମିନିଟ ଓ ସନ୍ଧ୍ୟାରେ 6ଟାରୁ 6ଟା 30 ମିନିଟ ପର୍ଯ୍ୟନ୍ତ ଗୁରୁଦ୍ବାରା ଖୋଲା ରହିବ । ଏହି ନିୟମ ଆଗାମୀ 2 ସପ୍ତାହ ଯାଏଁ ଲାଗୁ ରହିବା ନେଇ ସୁରେନ୍ଦର ସ୍ପଷ୍ଟ କରିଛନ୍ତି । ଏହାପରେ ପରିସ୍ଥିତି ଅନୁଯାୟୀ ଆଗାମୀ ନିଷ୍ପତ୍ତି ନିଆଯିବ ।

ତେବେ ସପ୍ତାହରେ ଶୁକ୍ରବାର ଦିନ ଗୁରୁଦ୍ବାରା ବନ୍ଦ ରଖାଯିବ । ଏଥିସହ ଯେତିକି ସମୟ ଗୁରୁଦ୍ବାରା ଖୋଲା ରହିବ ସେହି ସମୟ ମଧ୍ୟରେ ଗୁରୁଦ୍ବାରା ଦର୍ଶନ ସହ ଶ୍ରଦ୍ଧାଳୁ ମାନେ ସରୋବର କୂଳରେ ବସିପାର ଅନୁମତି ଦିଆଯାଇଛି । ବର୍ତ୍ତମାନ ପାଇଁ ଗୁରୁଦ୍ବାରା ଭିତରକୁ 12 ବର୍ଷରୁ କମ୍‌ ଶିଶୁ ଓ 60 ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜଣା ପଡିଛି । ତେଣେ ଗୁରୁଦ୍ବାରାରେ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନଙ୍କୁ ମାସ୍କ ଓ ଗ୍ଲୋବ୍ସର ବ୍ୟବହାର ସହ ସାନିଟାଇଜରର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.