ETV Bharat / international

ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ଦକ୍ଷିଣ ନାଇଜେରିଆର 12 ଜଣଙ୍କ ମୃତ୍ୟୁ - north Nigeria

ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ 2 ଟି ଗ୍ରାମର 12 ମୃତ। ଏଭଳି ଘଟଣା ନାଇଜେରିଆର କାଦୁନା ରାଜ୍ୟର ଜିୱା ଅଞ୍ଚଳରେ ଘଟିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଏକ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗ୍ରାମ ଉପରେ ଆକ୍ରମଣ କରିଥିଲା।

ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ଦକ୍ଷିଣ ନାଇଜେରିଆର 12 ଗ୍ରାମବାସୀ ମୃତ

author img

By

Published : Oct 12, 2020, 9:24 AM IST

ନାଇଜେରିଆ: ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ 2ଟି ଗ୍ରାମର 12 ମୃତ। ଏଭଳି ଘଟଣା ନାଇଜେରିଆର କାଦୁନା ରାଜ୍ୟର ଜିୱା ଅଞ୍ଚଳରେ ଘଟିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଏକ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗ୍ରାମ ଉପରେ ଆକ୍ରମଣ କରିଥିଲା । ଏଥିରେ 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଶୁକ୍ରବାରରୁ ଶନିବାର ରାତି କଡୁନା ଏବଂ କାଦାଇର ଉତ୍ତର ଭାଗରେ ଅବସ୍ଥିତ ଦୁଇ ଗାଁରେ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବନ୍ଧୁକଧାରୀମାନେ ବହୁ ସଂଖ୍ୟାରେ ଆସି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶୁକ୍ରବାର କିଦାନନ୍ଦ ଉପରେ ଆକ୍ରମଣ କରିଥିଲେ। ଯେଉଁଠାରେ ସେମାନେ ତିନି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ ଏବଂ ଅନ୍ୟ ଚାରିଜଣ ଆହତ ହୋଇଥିଲେ।

ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେ, ଶନିବାର ରାତିରେ ବନ୍ଧୁକଧାରୀମାନେ କିଡାଇ ଗ୍ରାମ ଉପରେ ଆକ୍ରମଣ କରିଥିଲେ ଯେଉଁଠାରେ ସେମାନେ 9 ଜଣଙ୍କୁ ହତ୍ୟା କରିଥିଲେ ଏବଂ 4 ଜଣ ଆହତ ହୋଇଛନ୍ତି, ଯେଉଁମାନେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି। ପୋଲିସ ଏପର୍ଯ୍ୟନ୍ତ ଘଟଣାକୁ ନେଇ କୌଣସି ନିଶ୍ଚିତ ପ୍ରତିକ୍ରିୟା ଦେଇ ପାରିନାହିଁ, କିନ୍ତୁ ଆକ୍ରମଣ ବିଷୟରେ ଅଞ୍ଚଳର ଜିଲ୍ଲା ମୁଖ୍ୟ ନୁହୁ ଲାୱାଲ ଉମର ନିଶ୍ଚିତ କରିଛନ୍ତି।

ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଦାୟୀ କରିନାହାଁନ୍ତି । ଏହି ସମୟରେ ଗ୍ରାମବାସୀଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଜିଲ୍ଲା ମୁଖ୍ୟ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.