କ୍ବେଟା: ପାକିସ୍ତାନ ବେଲୁଚିସ୍ତାନରେ ଘଟିଛି ଅଭାବନୀୟ ଘଟଣା । ବସରୁ ଓହ୍ଲାଇ ଦେଇ 14 ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପଶ୍ଚିମାଞ୍ଚଳରେ ଥିବା ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି ।
-
Geo News: 14 killed in attack on passenger bus on Makran Coastal Highway in Balochistan, Pakistan
— ANI (@ANI) April 18, 2019 " class="align-text-top noRightClick twitterSection" data="
">Geo News: 14 killed in attack on passenger bus on Makran Coastal Highway in Balochistan, Pakistan
— ANI (@ANI) April 18, 2019Geo News: 14 killed in attack on passenger bus on Makran Coastal Highway in Balochistan, Pakistan
— ANI (@ANI) April 18, 2019
ରିପୋର୍ଟ ଅନୁସାରେ ମକ୍ରନ କୋଷ୍ଟାଲ ହାଇୱେରେ ବସ ଯାଉଥିବାବେଳେ ପାଖାପାଖି 12 ଜଣ ଲୋକ ବସକୁ ଅଟକାଇଥିଲେ । 4ଟି ବସରେ ପ୍ରାୟ 14 ଜଣ ଲୋକ ଥିଲେ । ବସକୁ ଅଟକାଇ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଥିଲେ ବନ୍ଧୁକଧାରୀ । ଏଥିରୁ ସେମାନେ ଅଣବେଲୁଚି ହୋଇଥିବା ଜାଣିବା ପରେ ସମସ୍ତଙ୍କୁ ବସ ତଳକୁ ଓହ୍ଲାଇ ଦେଇଥିଲେ ଆତତାୟୀ । ଏହାପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ ବନ୍ଧୁକଧାରୀ । ଏଥିରେ ସମସ୍ତ 14 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।
ସମସ୍ତ ମୃତକ ପାକିସ୍ତାନର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ଏବଂ କୋଷ୍ଟଗାର୍ଡ ଅଫିସର ଥିବାର ସୂଚନା ରହିଛି । ଏହି ଆକ୍ରମଣ ପାଇଁ ଏକ ବାଲୋଚ ବିଚ୍ଛିନ୍ନତାବାଦୀ ଗ୍ରୁପ ନିଜକୁ ଦାୟୀ କରିଛି । ତେବେ ଏକ ବିଜ୍ଞପ୍ତିରେ ଏହା କହିଛି ଯେ ଆକ୍ରମଣରେ କେହି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇନାହିଁ । କେବଳ ନୌସେନା ଅଧିକାରୀଙ୍କୁ ଏଥିପାଇଁ ଟାର୍ଗେଟ୍ କରାଯାଇଥିଲା । ଆକ୍ରମଣକାରୀ ପାରା ମିଲିଟାରୀ ଫୋର୍ସର ପୋଷାକ ପିନ୍ଧି ଆସିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।