ETV Bharat / international

ଉତ୍ତର ଓ ଦକ୍ଷିଣ କୋରିଆ ସୀମାରେ ଗୁଳିବର୍ଷଣ - ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ

ଦୀର୍ଘ 20 ଦିନର ବିରତି ପରେ ଶନିବାର ଜନସାଧାରଣଙ୍କ ସାମ୍ନାକୁ ଆସି ନିଜ ମୃତ୍ୟୁ ଗୁଜବରେ ଲଗାମ ଲଗାଇଥିଲେ ଦକ୍ଷିଣ କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ । ଆଉ ଏହାର ଠିକ ଗୋଟିଏ ଦିନ ପରେ ପୃଥିବୀର ସବୁଠାରୁ ଦୃଢ ସ୍ଥାନ ଭାବେ ଜଣାଯାଉଥିବା ଅଣସୈନ୍ୟଯୁକ୍ତ ସ୍ଥାନରେ ହୋଇଛି ଗୁଳି ବର୍ଷଣ ।

gunfire between north and south korea, north korea, south korea, north-south korea relation, gunfire, ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବର୍ଷଣ, ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ, ଗୁଳି ବର୍ଷଣ
ଉତ୍ତର ଓ ଦକ୍ଷିଣ କୋରିଆ ସୀମାରେ ଗୁଳିବର୍ଷଣ
author img

By

Published : May 3, 2020, 6:44 PM IST

ସିଓଲ: ଦୀର୍ଘ 20 ଦିନର ବିରତି ପରେ ଶନିବାର ଜନସାଧାରଣଙ୍କ ସାମ୍ନାକୁ ଆସି ନିଜ ମୃତ୍ୟୁ ଗୁଜବରେ ଲଗାମ ଲଗାଇଥିଲେ ଦକ୍ଷିଣ କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ । ଆଉ ଏହାର ଠିକ ଗୋଟିଏ ଦିନ ପରେ ପୃଥିବୀର ସବୁଠାରୁ ଦୃଢ ସ୍ଥାନ ଭାବେ ଜଣାଯାଉଥିବା ଅଣସୈନ୍ୟଯୁକ୍ତ ସ୍ଥାନରେ ହୋଇଛି ଗୁଳି ବର୍ଷଣ । ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଉପଦ୍ବୀପକୁ ବିଭକ୍ତ କରୁଥିବା ଏହି ସ୍ଥାନରେ ରବିବାର ଅସ୍ତ୍ରବିରତି ଉଲଙ୍ଘନ କରିଛି ଉତ୍ତର କୋରିଆ ।

ଏହାର ପ୍ରତି ଜବାବରେ ଦକ୍ଷିଣ କୋରିଆ ଦୁଇ ରାଉଣ୍ଡ ଗୁଳି ବର୍ଷଣ ପରେ ଘଟଣାର ପୁନରାବୃତ୍ତି ନକରିବାକୁ ଚେତାବନୀ ଦେଇଛି । ଏନେଇ ସିଓଲସ୍ଥିତ କର୍ମଚାରୀଙ୍କ ସଂଯୁକ୍ତ ମୁଖ୍ୟ ସୂଚନା ଦେଇ କହିଛନ୍ତି କି ଉତ୍ତର କୋରିଆର ଗୁଳି ବର୍ଷଣ ଦ୍ବାରା ଦକ୍ଷିଣ କୋରିଆର ଏକ ଗାର୍ଡ ପୋଷ୍ଟରେ ଅନେକ ଗୁଳି ବାଜିଛି । ହେଲେ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସେପଟେ ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଜାଣିବା ପାଇଁ ମିଲିଟାରୀ ହଟଲାଇନ ଦ୍ବାରା ଉତ୍ତର କୋରିଆ ସହ ସମ୍ପର୍କ କରାଯାଇଛି ।

ସୂଚନା ଅନୁଯାୟୀ ଉଭଯ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ 1953ରେ କୋରିଆ ଯୁଦ୍ଧର ସମାପ୍ତି ପରଠାରୁ ହିଁ ତିକ୍ତତା ଲାଗି ରହିଛି । ତେବେ ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ଏହି ଅଣସୈନ୍ୟଯୁକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏକ ଶାନ୍ତି ଚୁକ୍ତିର ଅଂଶ । ହେଲେ ଏହାକୁ ଉତ୍ତର କୋରିଆ ବାରମ୍ବାର ଉଲଙ୍ଘନ କରିଚାଲିଛି । ଏଥିସହ ଦକ୍ଷିଣ କୋରିଆ ରାଜଧାନୀ ସିଓଲଠାରୁ ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ ଦୂରତା ବଜାୟ ରଖିବାର ଚେଷ୍ଟା ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.