ଇସଲମାବାଦ: ପଡୋଶୀ ଦେଶ ପାକିସ୍ତାନରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ମାମଲା । ପାକିସ୍ତାନ ପଞ୍ଜାବ ପ୍ରାନ୍ତର ଓକାରା ସହରରେ ଏକ ଛେଳି ସହ ହୋଇଛି ଗଣଦୁଷ୍କର୍ମ । କାମ ପିପାଶୁମାନେ ପାଶବିକତାର ଏଭଳି ସୀମା ଟପିଯାଇଥିଲେ ଯେ ଶେଷରେ ଦୁଷ୍କର୍ମ ପରେ କଷ୍ଟ ଯନ୍ତ୍ରଣାରେ ଛଟପଟ ହୋଇ ଛେଳିଟିର ମୃତ୍ୟୁ ହୋଇଯାଇଛି ।
ମାମଲାରେ ୫ ଜଣ ହୋଇଛନ୍ତି ଗିରଫ । ଘଟଣା ପରେ ଓକାରା ଥାନାରେ ମାମଲା ଦାଏର କରିଥିଲେ ଛେଳିର ମାଲିକ । ଅଭିଯୋଗ ଆଧାରରେ ଛାନଭିନ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ମାଲିକର ବୟାନ ଅନୁଯାୟୀ, ଅଭିଯୁକ୍ତମାନେ ଛେଳିକୁ ନେଇ ଗୋଟିଏ ଶୂନଶାନ ଜାଗାକୁ ନେଇଯାଇଥିଲେ । ସେହିଠାରେ ସେମାନେ ଛେଳି ସହ କରିଥିଲେ ଗଣଦୁଷ୍କର୍ମ । ଯେତେବେଳେ ମାଲିକ ଛେଳିକୁ ଖୋଜି ଖୋଜି ଘଟଣାସ୍ଥଳରେ ପହଁଞ୍ଚିଲା, ସେତେବେଳେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ମାମଲା ଦାଏର ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଥାନାରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ବୀକାର କରିଛନ୍ତି ।
ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ବର୍ଷିଛନ୍ତି ଲୋକେ । ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଦୋଷାରୋପ କରିଛନ୍ତି ପାକିସ୍ତାନବାସୀ । କାରଣ କିଛି ଦିନ ପୂର୍ବରୁ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ବିବାଦିତ ବୟାନ ଦେଇଥିଲେ ଇମ୍ରାନ ।
ଯୌନ ଶୋଷଣ ଅଶ୍ଳୀଳତା କାରଣରୁ ହୋଇଥାଏ ବୋଲି କହିଥିଲେ ଇମ୍ରାନ । ଏହାସହ ବୁର୍ଖା ପିନ୍ଧିବାକୁ ଜରୁରୀ ବୋଲି ଦର୍ଶାଇ ଏହାଦ୍ବାରା ଯୌନପିପାସା ଉପରେ ନିୟନ୍ତ୍ରଣ ଲାଗିଥାଏ ବୋଲି ଯୁକ୍ତି ବାଢିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।