ହାଇଦ୍ରାବାଦ: ବିଶ୍ବରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣ ସଂଖ୍ୟା 13 ଲକ୍ଷ 46 ହଜାର 974ରେ ପହଞ୍ଚିଛି । ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା 74 ହଜାର 702 ଥିବା ବେଳେ 2 ଲକ୍ଷ 78 ହଜାର 698ଜଣ ସୁସ୍ଥ ହୋଇଛନ୍ତି ।
![Global COVID-19 tracker](https://etvbharatimages.akamaized.net/etvbharat/prod-images/6692671_tracker.jpg)
ଇଟାଲୀରେ ସର୍ବାଧିକ କୋରୋନାରେ ମୃତ୍ୟୁ ଘଟିଛି । ପ୍ରାୟ 16 ହଜାର 500 ଲୋକଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ଜଣାପଡିଛି । 13 ଦିନ ମଧ୍ୟରେ ସ୍ପେନରେ ସବୁଠାରୁ କମ୍ 637ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ମୋଟ ମୃତ୍ୟୁ ସଂଖ୍ୟା 16 ହଜାର 500ରେ ପହଞ୍ଚିଛି ।
ଚୀନରେ 24 ଘଣ୍ଟା ମଧ୍ୟରେ କୌଣସି ମୃତ୍ୟୁ ହୋଇନଥିବା ଜଣାପଡିଛି । ମାତ୍ର ବ୍ରିଟେନର ସୋମବାର 400ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ବ୍ରିଟେନରେ ମୋଟ 5 ହଜାର 400 ମୃତ୍ୟୁ ହେଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ