ନୂଆଦିଲ୍ଲୀ: କୋରୋନା କାୟାରେ ସାରା ବିଶ୍ବରେ। ଅଣନିଶ୍ବାସୀ ହୋଇଗଲାଣି ଜୀବନ। ଟିକା ଓ ଔଷଧ ବାହାରିବାକୁ ସମୟ ଗଡି ଚାଲିଥିବା ବେଳେ ଏପଟେ ଭାଇରସ ତାର କାୟା ବିସ୍ତାର କରିଚାଲିଛି। ପୂର୍ବ ଅପେକ୍ଷା ଖୁବ୍ କ୍ଷୀପ୍ର ଗତିରେ ନିଜନ ସାମ୍ରାଜ୍ୟ ବଢାଇବାରେ ଲାଗିଛି ଏହି ଅଦୃଶ୍ୟ ଭାଇରସ।
ବିଶ୍ୱରେ ବର୍ତ୍ତମାନ ୬ ଲକ୍ଷ ୯୨ ହଜାର ୪୨୦ ଜଣଙ୍କର ଜୀବନ ନେଇ ସାରିଛି । ମୋଟ କୋଟିଏ ୮୨ ଲକ୍ଷ ୨୬ ହଜାର ୫୯୯ ଜଣ ଲୋକ କୋରୋନା ଭାଇରସର ଶିକାର ହୋଇସାରିଛନ୍ତି । ଏଥିରୁ କୋଟିଏ ୧୪ ଲକ୍ଷ ୩୯ ହଜାର୨୬୨ ଜଣ ସୁସ୍ଥ ହୋଇଥିବା ବେଳେ ୬୦ ଲକ୍ଷ ୯୪ ହଜାର ୯୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ହଜାର ୮୦୪ ଜଣ ଗୁରୁତର ଅଛନ୍ତି ।
ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ରହିଛି ଆମେରିକା। ଆରମ୍ଭ ହେବା ଦିନଠୁ ଥମିବାର ନାଁ ଧରୁନି ମହାମାରୀ। ଏଠାରେ ମୋଟ ୨୭ ଲକ୍ଷ ୩୩ ହଜାର ୬୪୭ ଜଣ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୫୮ ହଜାର ୩୬୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୋଟ ଲକ୍ଷ ୨୩ ଲକ୍ଷ ୮୦ ହଜାର ୫୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଲକ୍ଷ ୭୫ ହଜାର ୪୯୬ ଜଣ ଚିକିତ୍ସାଧୀନ ଅଛନ୍ତି ।
ଆମେରିକା ପରେ ବ୍ରାଜିଲ, ଭାରତ,ଋଷିଆ,ଦକ୍ଷିଣ ଆଫ୍ରିକା ଓ ମେକ୍ସିକୋରେ ଭାଇରସର ପ୍ରକୋପ ସର୍ବାଧିକ ରହିଛି। ବ୍ରାଜିଲରେ ଏବେ ୨୭ ଲକ୍ଷ ୩୩ ହଜାର ୬୭୭ ସଂକ୍ରମିତ, ୯୪ ହଜାର ୧୩୦ ମୃତକ ରହିଛନ୍ତି। ସେହିପରି ଋଷିଆରେ ୮ ଲକ୍ଷ ୫୦ ହଜାର ୮୭୦ ଜଣ ସଂକ୍ରମିତ, ୧୪ ହଜାର ୧୨୮ ମୃତ।