ETV Bharat / international

ଢାକାରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ: 17 ମୃତ - pipeline explosion

ବାଂଲାଦେଶର ଏକ ମସଜିଦ ନିକଟରେ ଏକ ଗ୍ୟାସ ପାଇପଲାଇନ ବିସ୍ଫୋରଣ ହେବାରୁ 17 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଢାକାରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ: 17 ମୃତ
ଢାକାରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ: 17 ମୃତ
author img

By

Published : Sep 6, 2020, 2:00 AM IST

ଢାକା: ବାଂଲାଦେଶର ଏକ ମସଜିଦ ନିକଟରେ ଏକ ଗ୍ୟାସ ପାଇପଲାଇନ ବିସ୍ଫୋରଣ ହେବାରୁ 17 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

ଶୁକ୍ରବାର ରାତିରେ ନାରାୟଣଗଞ୍ଜ ଜିଲ୍ଲାରେ ଗ୍ୟାସ ଲିକ କାରଣରୁ ଅହି ବିସ୍ଫୋରଣ ହୋଇଥିବା ଅଗ୍ନିଶମ ଅଧିକାରୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି । 37 ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଡା ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଡାକ୍ତରପ୍ରକାଶ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ଶିଶୁଙ୍କ ସମେତ 17 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବର୍ଣ୍ଣ ୟୁନିଟର ପରିଚାଳକ ସାମନ୍ତ ଲାଲସେନ କହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଥିବା ସୂଚନାଦେଇଛନ୍ତି ।

ଗତ ବର୍ଷ ଫେବୃଆରୀରେ, ଢାକାର ଅଗ୍ନିକାଣ ଘଟି 71 ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ ମାସ ପରେ ପୁଣି ରାଜଧାନୀର ଏକ ଅପସ୍କେଲ ଅଞ୍ଚଳରେ ଥିବା 22 ମହଲା କୋଠାରେ ଅଗ୍ନିକାଣ୍ଡ ଘଟି 25 ଜଣଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.