ETV Bharat / international

ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି, ଏଣିକି କୋଭିଡ୍ ଟେଷ୍ଟ୍ ମାଗଣା

author img

By

Published : Jul 27, 2020, 1:01 PM IST

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଅଲିଭିଆର୍ ଭେରାନ୍ ଘୋଷଣା କରିଛନ୍ତି ଯେ, କୋରୋନା ଭାଇରସ୍ ପରୀକ୍ଷା କରାଇ ପୂର୍ବରୁ ଖର୍ଚ୍ଚାନ୍ତ ହୋଇଥିବା ସମସ୍ତଙ୍କୁ ଟେଷ୍ଟ୍ ଦେୟ ଫେରସ୍ତ କରାଯିବ ଏବଂ ଏଣିକି ସମ୍ପୂର୍ଣ୍ଣ ମାଗଣାରେ କୋଭିଡ୍ ଟେଷ୍ଟ ହେବ।

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି, ଏଣିକି କୋଭିଡ୍ ଟେଷ୍ଟ୍ ମାଗଣା

ୟୁରୋପ୍: ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଅଲିଭିଆର୍ ଭେରାନ୍ ଘୋଷଣା କରିଛନ୍ତି ଯେ, କୋରୋନା ଭାଇରସ୍ ପରୀକ୍ଷା କରାଇ ପୂର୍ବରୁ ଖର୍ଚ୍ଚାନ୍ତ ହୋଇଥିବା ସମସ୍ତଙ୍କୁ ଟେଷ୍ଟ୍ ଦେୟ ଫେରସ୍ତ କରାଯିବ। ଏବଂ ଏଣିକି ସମ୍ପୂର୍ଣ୍ଣ ମାଗଣାରେ କୋଭିଡ୍ ଟେଷ୍ଟ ହେବ। ଏପରି ସୂଚନା ଥିବା ଏକ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି।

ଭେରାନ୍ ଲେ ପ୍ୟାରିସେନ୍ ଖବରକାଗଜକୁ କହିଛନ୍ତି ଯେ, ''ମୁଁ ମଧ୍ୟ ଶନିବାର ପ୍ରକାଶିତ ଏକ ଆଦେଶରେ ଦସ୍ତଖତ କରିଛି ଯେ ଆଜିଠାରୁ ଯେ କୌଣସି ଡାକ୍ତରଙ୍କ ଆଦେଶ କିମ୍ବା ଲକ୍ଷଣ ନ ଦେଖାଇ ସମ୍ପୂର୍ଣ୍ଣ ଫେରସ୍ତ ଯୋଗ୍ୟ PCR ପରୀକ୍ଷା ପାଇପାରିବେ। ଜଣେ ଚାହିଁଲେ ତାଙ୍କ କୋଭିଡ୍ ଟେଷ୍ଟ୍ ମାଗଣାରେ ଏଵଂ ବିନା ଅନୁମତିରେ କରାଇ ପାରିବେ।''

''ଭେରାନ୍ କହିଛନ୍ତି, ଆମେ ବର୍ତ୍ତମାନ ଦ୍ୱିତୀୟ ସଂକ୍ରମଣର ପର୍ଯ୍ୟାୟ ବିଷୟରେ କଥାବାର୍ତ୍ତା କରିପାରିବୁ ନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚିତ, କିଛି ଦିନ ମଧ୍ୟରେ ଆମେ ତେର ସପ୍ତାହ ମାମଲା ହ୍ରାସ ପାଇବା ପରେ ପୁଣି ପଜିଟିଭ୍ ସଂଖ୍ୟା ତୀବ୍ର ବୃଦ୍ଧି ପାଇଥିବାର ଦେଖିଛୁ।''

ସେ ଯୁବକମାନଙ୍କୁ ସଜାଗ ରହିବାକୁ ଏବଂ ଭୂତାଣୁକୁ ହାଲୁକା ଭାବେ ଗ୍ରହଣ ନକରିବାକୁ ନିବେଦନ କରିଥିଲେ। ବୃହତ୍ତ ସାମାଜିକ ସମାବେଶକୁ ଫେରିବାକୁ ଆଗ୍ରହୀ ଯୁବକମାନେ ଏକ ପ୍ରତିବନ୍ଧକ ପାଲଟିଛନ୍ତି, ଯେଉଁମାନେ ଅନେକ ଦେଶରେ ଦେଖାଯାଉଥିବା ସଂକ୍ରମଣ ବୃଦ୍ଧିର ଏକ ବଡ଼ ଅଂଶ ସେ ବୋଲି କହିଛନ୍ତି। ଏହି ରୋଗ ଆରମ୍ଭରୁ ଫ୍ରାନ୍ସ 180,000 ରୁ ଅଧିକ ମାମଲା ଏବଂ କୋଭିଡ୍-19 ରୁ 30,000 ରୁ ଅଧିକ ମୃତ୍ୟୁ ପଞ୍ଜିକରଣ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.