ବେଜିଂ: କୋରୋନା ମହାମାରୀ ହୁଏତ ଆମର ସାଧାରଣ ଜୀବନକୁ ବନ୍ଦ କରିପାରେ, ତଥାପି କିଛି ଲୋକ ଜିନିଷକୁ ଯଥାସମ୍ଭବ ସ୍ୱାଭାବିକ ରଖିବା ପାଇଁ ଘଣ୍ଟା ଘଣ୍ଟା କାମ କରୁଛନ୍ତି । ଭାରତ ପରି ଚୀନର ଉହାନରେ ମଧ୍ୟ କିଛି ଅତ୍ୟାବଶ୍ୟକ ସେବା ରହିଛି ଯାହାକି ଲକ ଡାଉନ ସମୟରେ କାର୍ଯ୍ୟ ହେଉଛି । ଅନଲାଇନରେ ଫୁଡ ଡେଲିଭେରୀ ପାଇଁ ସେଠାରେ ଅନୁମତି ମିଳିଛି ।
କର୍ମକୁ ଗୁରୁତ୍ବ ଦେଇ ଚୀନର ଜଣେ ଫୁଡ ଡେଲିଭେରୀ ବୟ ତାଙ୍କର ଜନ୍ମଦିନ ଭୁଲିଯାଇଥିଲେ । ଏପ୍ରିଲ 15 ରେ ତାଙ୍କ ଜନ୍ମଦିନ ଥିଲା । କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ଭୁଲିଯାଇଥିଲେ । କିନ୍ତୁ ତାଙ୍କର ଜଣେ ଗ୍ରାହକ ତାଙ୍କ ପାଇଁ ଅର୍ଡର କରିଥିଲେ ବର୍ଥ ଡେ କେକ ।
ଡେଲିଭରୀ ବୟ ଅର୍ଡର ପାଇବା ପରେ ବେକେରୀକୁ ଯାଇ ତାଙ୍କର ଅର୍ଡର ଆଣିଥିଲେ । ତେବେ କେକଟି ତାଙ୍କ ନାମରେ ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାବପ୍ରବଣ ମଧ୍ୟ ହୋଇଯାଇଥିଲେ । କିନ୍ତୁ ହୁଏତ କୌଣସି ଭୁଲ ଥିବା ଭାବି ଦୋକାନୀଙ୍କୁ ପଚାରିଥିଲେ , ତାଙ୍କ ନାମରେ ହିଁ ଜଣେ ଗ୍ରାହକ କେକ କିଣିଥିବା ସ୍ପଷ୍ଟ କରିଥିଲେ । ଏହା ପରେ ସେ କେକ ଧରି ଦୋକାନ ବାହାରକୁ ଆସି ପାହଚରେ ବସି କେକ ଖାଉଖାଉ କାନ୍ଦି ପକାଇଥିଲେ । ଏସମସ୍ତ ଦୃଶ୍ୟ ଦୋକାନ ବାହାରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଫଟୋ ଏବଂ ଭିଡିଓ ଚାଇନାର ସୋସିଆଲମିଡିଆରେ ଭାଇରାଲ ହୋଇଛି ।