ଜାକାର୍ତ୍ତା: ଇଣ୍ଡୋନେସିଆର ବାଣ୍ଟେନ ସହରରେ ଥିବା ଏକ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଘଟଣରେ ୪୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ମୁଖପାତ୍ର ଓ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ ଟାଙ୍ଗରଙ୍ଗ ଜେଲ ବ୍ଲକରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଜେଲ ବିଭାଗର ଆଇନ ତଥା ମାନବ ଅଧିକାର ମନ୍ତ୍ରଣାଳୟର ମୁଖପାତ୍ର ରିକା ଆପ୍ରିଆଣ୍ଟି ।
ନିଆଁ ଲାଗିଥିବା ବ୍ଲକରେ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧ ମାମଲାରେ ସଜା କାଟୁଥିବା କଏଦୀମାନେ ରହିଥିଲେ । ବ୍ଳକରେ ପ୍ରାୟ ୧୨୨ ଜଣ ରହିବାର କ୍ଷମତା ରହିଛି । ନିଆଁ ଲାଗିବା ସମୟରେ କେତେ ଲୋକ ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସେପ୍ଟେମ୍ବର ମାସର ସରକାରୀ ତଥ୍ୟ ଅନୁଯାୟୀ ଜାକାର୍ତ୍ତା ନିକଟସ୍ଥ ଏକ ଶିଳ୍ପ ଏବଂ ଉତ୍ପାଦନ ହବ୍ ଟାଙ୍ଗେରାଙ୍ଗରେ ଥିବା ଏହି କାରାଗାରରେ 2,000ରୁ ଅଧିକ ଅନ୍ତେବାସୀ ରହିଥିଲେ । ପ୍ରାଥମିକ ରିପୋର୍ଟ ଅନୁସାରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ 8 ଜଣ ଗୁରୁତର ଆହତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ