ETV Bharat / international

Kabul Airport Attack; ଆମେରିକା ସୈନ୍ୟଙ୍କୁ ଦାୟୀ କଲା ତାଲିବାନ - ତାଲିବାନ

କାବୁଲରେ ଆତଙ୍କୀରାଜ ଆରମ୍ଭ କରି ଦେଇଛି ତାଲିବାନ । କାବୁଲ ବିମାନବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ଆମେରିକା ସୈନ୍ୟଙ୍କୁ ଦାୟୀ କରିଛି । ଅଧିକ ପଢନ୍ତୁ...

କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ; ଆମେରିକା ସୌନ୍ୟଙ୍କୁ ଦାୟୀ କଲା ତାଲିବାନ

author img

By

Published : Aug 27, 2021, 11:25 AM IST

କାବୁଲ: ତାଲିବାନ ଆଫଗାନିସ୍ତାନ କବଜା କରିବା ପରେ ଏବେ ସ୍ଥିତି ଭୟଙ୍କର ହୋଇପଡିଛି । କାବୁଲରେ ଆତଙ୍କୀରାଜ ଆରମ୍ଭ କରି ଦେଇଛି ତାଲିବାନ । କାବୁଲ ବିମାନବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ହୋଇ ଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । 13 ଜଣ ଆମେରିକା ସୈନିକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଘଟଣା ପାଇଁ ତାଲିବାନ ଆମେରିକା ସୈନ୍ୟଙ୍କୁ ଦାୟୀ କରିଛି ।

ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ଟୁଇଟ୍‌ରେ କହିଛନ୍ତି, ସନ୍ଧ୍ୟାରେ କାବୁଲରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । କାବୁଲ ବିମାନବନ୍ଦର ଭିତରେ ଆମେରିକାର ସେନା ଦ୍ୱାରା ଏହି ବିସ୍ଫୋରଣ କରାଯାଇଛି । ଏନେଇ କାବୁଲ ବାସିନ୍ଦା ଚିନ୍ତିତ ନୁହଁନ୍ତି ବୋଲି ସେ କହିଛନ୍ତି । ବିମାନ ବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣର କିଛି ଘଣ୍ଟା ପରେ କାବୁଲ ସହରରେ ଅତି କମରେ ସାତଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ​​ଯେଉଁଥିରେ ଆମେରିକାର ସୈନ୍ୟ ସମେତ 60ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଗୁରୁବାର ଦିନ କାବୁଲ ବିମାନବନ୍ଦର ବାହାରେ ୨ଟି ବୋମା ବିସ୍ଫୋରଣରେ ପ୍ରଥମେ 35 ଲୋକେ ପ୍ରାଣ ହରାଇଥିଲା ବେଳେ ୪ ଜଣ ଆମେରିକୀୟ ସେନା ସେଥି ମଧ୍ୟରେ ରହିଥିଲେ । ପ୍ରଥମ ବିସ୍ଫୋରଣଟି କାବୁଲ ବିମାନବନ୍ଦରର ଆବେ ଗେଟ୍‌ରେ ହୋଇଥିବାବେଳେ ଦ୍ୱିତୀୟଟି ବରୁଣ ହୋଟେଲ ନିକଟରେ ଥିଲା। ପେଣ୍ଟାଗନ ପ୍ରେସ ସଚିବ ଜନ୍ କିର୍ବି କହିଛନ୍ତି ଯେ ,ଭୟଙ୍କର ବିସ୍ଫୋରଣରେ ଅନେକ ଆମେରିକୀୟ ସେବା ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ସେପଟେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ । ଏହା ସହ ବିସ୍ଫୋରଣର ଶିକାର ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.