ETV Bharat / international

କାବୁଲର ଆମେରିକା ଦୂତବାସ ନିକଟରେ ବିସ୍ଫୋରଣ

ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଆମେରିକା ଦୂତବାସ ନିକଟରେ ରକେଟ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ କୌଣିସ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

author img

By

Published : Sep 11, 2019, 12:36 PM IST

ପ୍ରତିକାତ୍ମକ ଫଟୋ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବିଳମ୍ବିତ ରାତିରେ ବିସ୍ଫୋରଣ । ଏହି ବିସ୍ଫୋରଣ ଆମେରିକା ଦୂତବାସ ନିକଟରେ ହୋଇଛି । ସେପଟେ ଏହି ବିସ୍ଫୋରଣରେ ଆତଙ୍କବାଦୀର କୌଣସି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ କୌଣସି ଲୋକେ ମୃତାହତ ହୋଇନଥିବା ସୂଚନା ରହିଛି ।

ସୂଚନା ଅନୁସାରେ ଏହି ବିସ୍ଫୋରଣ ପରେ କାବୁଲର ଆକାଶରେ ମାତ୍ରାଧିକ ଧୂଆଁ ଦେଖିବାକୁ ମିଳିଥିଲା । ସେପଟେ ଚେତାବନୀ ଘଣ୍ଟି ବାଜିବାକୁ ଲାଗିଲା, ଲୋକଙ୍କୁ ସଜାଗ କରାଗଲା । ତେବେ କୁହାଯାଉଛି ଏକ ପ୍ରକାର ରକେଟ ମାଧ୍ୟମରେ ଏହି ବିସ୍ଫୋରଣ ଘଟିଛି । ଆଜି ସେପ୍ଟେମ୍ବର 11, ଐତିହାସିକ ଦିନ । 2001 ମସିହା ଆଜିର ଦିନରେ ଅଲ-କଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଥରି ଉଠିଥିଲା ଆମେରିକା । ଆଉ ଆଜି ଏହାକୁ ପୂରିଲା 18 ବର୍ଷ । ଏହି ଆକ୍ରମଣରେ ଅଲ-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ନିଜକୁ ଦାୟୀ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଲାଡେନକୁ ହତ୍ୟା କରିଥିଲା ଆମେରିକାର ନ୍ୟାଭିସିଲ୍ କମାଣ୍ଡୋ ।

ତେବେ ଲାଡେନକୁ ହତ୍ୟା କରିବାର ପ୍ରତିଶୋଧରେ ମଙ୍ଗଳବାର ବିଳମ୍ବିତ ରାତିରେ କାବୁଲର ଆମେରିକା ଦୂତବାସ ନିକଟରେ ପୁଣି ବିସ୍ଫୋରଣ ଘଟିଛି । ସୂଚନା ଥାଉକି 2001 ମସିହା ସେପ୍ଟେମ୍ବର 11 ତାରିଖରେ ଆମେରିକାରେ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ଆତଙ୍କୀ ଆକ୍ରମଣ ପରେ ଆମେରିକା ଓସମା ବିନ୍‌ ଲାଡେନକୁ ଧରିବା ପାଇଁ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । ଓସାମା ବିନ୍‌ ଲାଡେନ ତ ନିହତ ହୋଇଗଲା ହେଲେ ଆମେରିକା ଏହି ଯୁଦ୍ଧରେ ଫସିଗଲା । ଏହି ସମୟରେ ପ୍ରାୟ 14000 ଆମେରିକୀୟ ସେନା ଆଫଗାନିସ୍ତାନରେ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.