ତାଇପେଇ: ତାଇୱାନ ଗଣତନ୍ତ୍ରର ପିତା ଭାବରେ ବିବେଚିତ ତାଇୱାନର ପୂର୍ବତନ ରାଷ୍ଟ୍ରପତି ଲି ଟେଙ୍ଗ-ହୁଇଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା । ଶୁକ୍ରବାର ଦିନ ଏନେଇ ଘୋଷଣା କରାଯାଇଛି।
ସେପ୍ଟିକ୍ ଶକ୍ ଏବଂ ଏକାଧିକ ଅଙ୍ଗ ବିଫଳତା ହେତୁ ଲିଙ୍କୁ ପ୍ରାୟ 6 ମାସ ହେବ ତାଇପେଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରୁବାର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଚିଆଙ୍ଗ ଚିଙ୍ଗ-କୁଓଙ୍କ ମୃତ୍ୟୁ ପରେ 1988 ମସିହାରେ ସେ ରାଷ୍ଟ୍ରପତି ହୋଇଥିଲେ। 2000 ମସିହା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପ୍ରତ୍ୟକ୍ଷ ରାଷ୍ଟ୍ରପତି ନିର୍ବାଚନ ସମେତ ଅନେକ ଗଣତାନ୍ତ୍ରିକ ରାଜନୈତିକ ଲେଆଉଟ୍ ଦିଗକୁ ସାମ୍ବିଧାନିକ ପରିବର୍ତ୍ତନ ଆଣିଥିଲେ। ତେବେ ଲିଙ୍କ ବିରୋଧରେ ଜନସାଧାରଣଙ୍କ ପାଣ୍ଠିର ଦୁରୁପୋଯୋଗ ହୋଇଥିବା ଅଭିଯୋଗ ଲାଗିଥିଲା । କିନ୍ତୁ ଏହି ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ବର୍ତ୍ତମାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଲିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ କହିଛନ୍ତି, ଲି ଦେଶର ଗର୍ବ ଥିଲେ । ସେ ଆମ ପରିଚୟ ଉପରେ ନିର୍ମିତ ଗଣତନ୍ତ୍ରର ମୂଳଦୁଆ ପକାଇଥିଲେ । ପୂର୍ବତନ ରାଷ୍ଟ୍ରପତି ଲି ଟେଙ୍ଗ-ହୁଇଙ୍କ ଦେହାନ୍ତ ମୋ ପାଇଁ ଏବଂ ସମସ୍ତ ତାଇୱାନୀୟଙ୍କ ପାଇଁ ଶୋକର ଦିନ।