ETV Bharat / international

କାର ବିସ୍ଫୋରଣରେ ଆଫଗାନିସ୍ତାନ ପୂର୍ବତନ ସାମ୍ବାଦିକଙ୍କ ମୃତ୍ୟୁ

author img

By

Published : Nov 7, 2020, 6:48 PM IST

ଶନିବାର ଆଫଗାନିସ୍ତାନ ଟୋଲୋ ଟିଭିର ପୂର୍ବତନ ସାମ୍ବାଦିକଙ୍କ ଗାଡି ଉପରକୁ ବୋମା ବିସ୍ଫୋରଣ ହୋଇଛି । ଏହି ଘଟଣାରେ ସାମ୍ବାଦିକ ୟାମା ସିଆୱାଶଙ୍କ ସମେତ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

କାର ବିସ୍ଫୋରଣରେ ଆଫଗାନିସ୍ତାନ ପୂର୍ବତନ ସାମ୍ବାଦିକଙ୍କ ମୃତ୍ୟୁ
କାର ବିସ୍ଫୋରଣରେ ଆଫଗାନିସ୍ତାନ ପୂର୍ବତନ ସାମ୍ବାଦିକଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନ ଟୋଲୋ ଟିଭିର ପୂର୍ବତନ ସାମ୍ବାଦିକଙ୍କ ଗାଡି ଉପରକୁ ବୋମା ବିସ୍ଫୋରଣ । ଏହି ଘଟଣାରେ ସାମ୍ବାଦିକଙ୍କ ସହ ଅନ୍ୟ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି କାବୁଲ ପୋଲିସ ଶନିବାର କହିଛନ୍ତି।

ସାମ୍ବାଦିକ ୟାମା ସିଆୱାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି । ଏପର୍ଯ୍ୟନ୍ତ ଅନ୍ୟ ଦୁଇ ମୃତ ସାଧାରଣ ନାଗରିକଙ୍କ ପରିଚୟ ଜଣାପଡିନାହିଁ । ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଆଫଗାନିସ୍ତାନରେ ଦିନକୁ ଦିନ ହିଂସା ମାମଲା ବଢି ବଢି ଚାଲିଛି। ଗତ ସପ୍ତାହରେ କାବୁଲ ବିଶ୍ବବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ 22 ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ବହୁ ଛାଛ୍ରଛାତ୍ରୀ ଥିଲେ । ସେହିପରି ଇସଲାମିକ୍ ଷ୍ଟେଟ୍ ସହଯୋଗୀ ଦାବି କରିଛି ଯେ, ଗତ ଅକ୍ଟୋବର 24 ରେ କାବୁଲର ଅନ୍ୟ ଏକ ବିଶ୍ବବିଦ୍ୟାଳୟରେ ଆକ୍ରମଣ ଘଟିଥିଲା । ଯେଉଁଥିରେ 24 ଜଣଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.