ETV Bharat / international

ଅଷ୍ଟ୍ରେଲିଆ ହାଇ କମିଶନରଙ୍କ ମନ୍ତବ୍ୟରେ ଚୀନର ଦୃଢ ପ୍ରତିକ୍ରିୟା

ଶାନ୍ତି ଓ ସ୍ଥିରତା ରକ୍ଷା କରୁଛି ଏବଂ କିଏ ଅସ୍ଥିରତା ଓ ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରୁଛି ତାହା ସ୍ପଷ୍ଟ ହୋଇଛି ବୋଲି ଚୀନ ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗ କହିଛନ୍ତି।

author img

By

Published : Jul 31, 2020, 4:12 PM IST

ସନ୍ ୱିଡୋଙ୍ଗ
ସନ୍ ୱିଡୋଙ୍ଗ

ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗରକୁ ନେଇ ଅଷ୍ଟ୍ରେଲିଆର ହାଇ କମିଶନରଙ୍କ ମନ୍ତବ୍ୟ ଉପରେ ଦୃଢ ପ୍ରତିକ୍ରିୟା ଦେଇଛି ଚୀନ । ଏହି ମନ୍ତବ୍ୟ ଭିତ୍ତିହୀନ ବୋଲି ଭାରତରେ ଚୀନ ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗ କହିଛନ୍ତି ।

ଏନେଇ ସେ ଟ୍ବିଟ କରି କହିଛନ୍ତି, ଭାରତରେ ଅଷ୍ଟ୍ରେଲିଆ ହାଇ କମିଶନରଙ୍କ ଦ୍ବାରା ଦକ୍ଷିଣ ଚୀନ ସାଗରକୁ ନେଇ ଦିଆଯାଇଥିବା ମନ୍ତବ୍ୟ ଭିତ୍ତିହୀନ । ଚୀନର ଆଞ୍ଚଳିକ ସାର୍ବଭୌମତ୍ୱ, ସାମୁଦ୍ରିକ ଅଧିକାର ଏବଂ ସ୍ୱାର୍ଥ ଅନ୍ତର୍ଜାତୀୟ ନିୟମ ସହିତ ମେଳ ଖାଉଛି । ଶାନ୍ତି ଓ ସ୍ଥିରତା ରକ୍ଷା କରୁଛି ଏବଂ କିଏ ଅସ୍ଥିରତା ଓ ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରୁଛି ତାହା ସ୍ପଷ୍ଟ ହୋଇଛି ବୋଲି ୱିଡୋଙ୍ଗ କହିଛନ୍ତି।

ତେବେ ଏହା ପୂର୍ବରୁ ଭାରତରେ ଅଷ୍ଟ୍ରେଲିଆ ହାଇ କମିଶନର ବରୀ ଗୁରୁବାର କହିଥିଲେ, ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟକଳାପ ଅସ୍ଥିରତା ସୃଷ୍ଟି କରୁଛି । ଏଥିପାଇଁ ଅଷ୍ଟ୍ରେଲିଆ ଗଭୀର ଚିନ୍ତିତ। ସେ କହିଥିଲେ, ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟକଳାପ ଦ୍ୱାରା ଆମେ ଗଭୀର ଭାବରେ ଚିନ୍ତିତ ରହିଛୁ । ଯାହା ଅସ୍ଥିରତା ସୃଷ୍ଟି କରୁଛି ଏବଂ ଏହି ଅସ୍ଥିରତା ବୃଦ୍ଧି ଘଟିପାରେ । ଗତ ସପ୍ତାହରେ ଅଷ୍ଟ୍ରେଲିଆ ଦକ୍ଷିଣ ଚୀନ ସାଗରରେ ଚୀନର ବେଆଇନ ସାମୁଦ୍ରିକ ଦାବିକୁ ପ୍ରତ୍ୟାଖ୍ୟାନ କରି ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସହ ଏକ ନୋଟ ଲଞ୍ଚ କରିଥିଲା ​​ବୋଲି ସେ କହିଥିଲେ ।

Remarks by Australian HC to India on the South China sea disregards facts. China's territorial sovereignty, maritime rights & interests conform with international law: Sun Weidong, Chinese Ambassador to India

It's clear who safeguards peace and stability & who destabilizes and provokes escalation in the region: Sun Weidong, Chinese Ambassador to India

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.