ETV Bharat / international

ଗଜନୀରେ ମୋଟାର ମାଡ, 8 ମୃତ - Ghazni Mortar Attack

ଗଜନୀ ସହରର ନୂଆ ଆବାଦ ଜନବସତି ଅଞ୍ଚଳରେ 3 ମୋଟାର ମାଡ ହୋଇଛି । ଘଟଣାରେ ମୋଟ 8 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ...

ଗଜନୀରେ ମୋଟାର ମାଡ, 8 ମୃତ
ଗଜନୀରେ ମୋଟାର ମାଡ, 8 ମୃତ
author img

By

Published : Nov 8, 2020, 9:33 PM IST

କାବୁଲ: ଆଫଗାନିସ୍ତାନର ଗଜନୀରେ ମୋଟାର ମାଡ ନେଇ ଖବର ସାମ୍ନାକୁ ଆସିଛି । ଗଜନୀ ସହରର ନୂଆ ଆବାଦ ଜନବସତି ଅଞ୍ଚଳରେ 3 ମୋଟାର ମାଡ ହୋଇଛି । ଘଟଣାରେ ମୋଟ 8 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ମୃତକଙ୍କ ମଧ୍ୟରେ 5 ଶିଶୁ ଓ 3 ଜଣ ମହିଳା ଥିବା ସୂଚନା ମିଳିଛି । ଗଜନୀ ପୋଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଯେତେବେଳେ ତାଲିବାନ ପକ୍ଷରୁ ଏହି ମୋଟାର ମାଡ ହୋଇଛି । ପ୍ରଥମ ମୋର୍ଟାର ଏହି ଅଞ୍ଚଳର ଏକ ଘରେ ଆସି ବାଜିଥିଲା । ତେବେ ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଏକତ୍ରିତ ଭିଡ ଉପରେ ବାକି ମୋଟାର ମାଡ ଯୋଗୁଁ ଏପରି ଘଟଣା ଘଟିଥିବା ସେ କହିଛନ୍ତି ।

ଏହି ଘଟଣାରେ ମୃତାହତଙ୍କ ମଧ୍ୟରେ ନଅ ଜଣ ଶିଶୁ ଏବଂ ଚାରିଜଣ ମହିଳା ସାମିଲ ଅଛନ୍ତି । ତାଲିବାନ ପକ୍ଷରୁ କୌଣସି ବିବୃତ୍ତି ଏଯାଏଁ ପ୍ରକାଶ ପାଇନାହିଁ । କତାରରେ ତାଲିବାନ ସହ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବାକୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ଦେଶର ଅନେକ ସ୍ଥାନରେ ହିଂସା ବୃଦ୍ଧି ପାଇଛି।

ଏହା ପୂର୍ବରୁ ଆଫଗାନିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 16 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଥିଲେ । ତାଲିବାନ ପୂର୍ବ ନଙ୍ଗରହର ପ୍ରାନ୍ତରେ ଥିବା ଆଫଗାନିସ୍ତାନ ସୁରକ୍ଷାବଳର କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.