ମସ୍କୋ: ଋଷରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.4 ରହିଛି । ଗୁରୁବାର ସଂଧ୍ୟା 5.13 ମିନିଟରେ ଭୂକମ୍ପ ହୋଇଥିବା ଜଣାପଡିଛି ।
ଋଷର ଦକ୍ଷିଣପଶ୍ଚିମ ପଲାନାରୁ 74 କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ ଥିବା କହିଛନ୍ତି ୟୁଏସଜିଏସ। ଏହାର ଗଭୀରତା 14 କିଲୋମିଟର ପର୍ଯ୍ୟନ୍ତ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳି ପାରିନାହିଁ ।