କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଆଫଗାନର ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ହୋଇଥିବା ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ଏନେଇ ସୂଚନା ମିଳିଛି । ଗତକାଲି ରାତିରେ ଏହି ଭୂକମ୍ପ ଝଟକା ଅନୂଭୁତ ହୋଇଥିବା ବେଳେ ଅକ୍ଷାଂଶ ୩୬. ୯୦ ଓ ଦ୍ରାଘିମା ୭୧.୬୨ ରହିଥିଲା । ଏହି ଭୂକମ୍ପ ଫାୟାଜାବାଦର ୯୭ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିବା ବେଳେ ଗଭୀରତା ୧୧୦ କିଲୋମିଟର ରହିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ତେବେ ଏହା ପୂର୍ବରୁ ଆଫଗାନିସ୍ତାନର ଫାୟାଜାବାଦର ଦକ୍ଷିଣ-ପୂର୍ବର ୮୩ କିଲୋମିଟର ଦୂରରେ ୪.୫ ତିବ୍ରତାର ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୨୩୦ କିଲୋମିଟର ରହିଥିବାବେଳେ ଅକ୍ଷାଂଶ ୩୬. ୬୫ ଓ ଦ୍ରାଘିମା ୭୧.୩୦ ରହିଥିଲା ।
@ANI