କାବୁଲ: ଆଫଗାନିସ୍ଥାରେ ମୃଦୁ ଭୂମିକମ୍ପ ଅନୁଭୂତ । ଗୁରୁବାର ସକାଳେ ଆଫଗାନିସ୍ଥାନର ହିନ୍ଦୁ କୁଶ ଅଞ୍ଚଳରେ ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା 4.9 ମାଗ୍ନିଟ୍ୟୁଡ ରହିଛି । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁଯାୟୀ କାବୁଲଠାରୁ 277 କିଲୋମିଟର ଦୂର ଉତ୍ତର-ଉତ୍ତରପଶ୍ଚିମରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।
ଗୁରୁବାର ସକାଳ 4.1 ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରର ଗଭୀରତା ଥିଲା 97 କିଲୋମିଟର ରହିଛି। ସେପଟେ ଭୂମିକମ୍ପରେ କ୍ଷୟକ୍ଷତି ହୋଇଥିବା କୌଣସି ସୂଚନା ଆସିନାହିଁ ।
@ANI