ETV Bharat / international

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (Earthquake in Andaman and nicobar island) । ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ଦିଗଲୀପୁରରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 21, 2022, 1:16 PM IST

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

ପୋର୍ଟ ବ୍ଲେୟାର: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଦିଗଲୀପୁରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଆଜି(ସୋମବାର) ସକାଳ ୩.୨୫ ମିନିଟ ସମୟରେ ଏହି ଭୂକମ୍ପ ଅନୂଭୁତ ହୋଇଛି । ଭୂକମ୍ପ ଆଣ୍ଡାମାନ-ନିକୋବର ଦୀପପୁଞ୍ଜର ୨୭୬କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ଦିଗଲୀପୁର ପାଖରେ ଅନୁଭୁତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(NCS) ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ଗଭୀରତା ୩୯ କିଲୋମିଟର ଥିବା ରେକର୍ଡ କରାଯାଇଛି । ଏହାର ଦ୍ରାଘିମା ୯୨.୩୦ ଓ ଅକ୍ଷାଂଶ ୧୫.୬୬ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ସୂଚନାଅନୁସାରେ, ବାତ୍ୟା ‘ଆସାନୀ’ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଅବପାତର ରୂପ ନେଇ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Cylone Asani: ଆଜି ଅବପାତର ରୂପ ନେବ ବାତ୍ୟା ଆସାନୀ

ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପ୍ରଶାସନ ମତ୍ସ୍ୟଜୀବୀଙ୍କ ପାଇଁ ପରାମର୍ଶଦାତା ଜାରି କରିଛନ୍ତି। ମାର୍ଚ୍ଚ 22 ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.